ଶ୍ରୀମନ୍ଦିରରେ ଯୌନ ନିର୍ୟାତନା
ପୁରୀ: ପୁରୀ ଶ୍ରୀମନ୍ଦିରରେ ଯୌନ ନିର୍ୟାତନା । ମନ୍ଦିର ବେଢ଼ାରେ ଜଣେ ବରିଷ୍ଠ ସେବାୟତଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଲେ ଜଣେ ନାବାଳକ ସେବାୟତ । ଡରାଇ, ଧମକାଇ ନାବାଳକ ପୁଅକୁ ବରିଷ୍ଠ ସେବାୟତଜଣକ ଗତ ୨ ମାସ ହେଲା ଅସହ୍ୟ ଯୌନ ନିର୍ୟାତନା ଦେଇ ଆସୁଥିବା ପୀଡ଼ିତଙ୍କ ବାପା ତଥା ଜନୈକ ସେବାୟତ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବି ସେ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ଆଜି ସକାଳୁ ସକାଳୁ ସମ୍ପୃକ୍ତ ବରିଷ୍ଠ ସେବାୟତଙ୍କୁ ଡାକି ପୁଲିସ୍ ପଚରାଉଚରା କରୁଥିବା ଜଣାଯାଇଛି।
ଏ ସମ୍ପର୍କରେ ପୀଡ଼ିତ ନାବାଳକଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ, ସେ ଦୃଷ୍ଟିହୀନ ଅଟନ୍ତି। ଏଣୁ ନାବାଳକ ପୁଅ ତାଙ୍କୁ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରେ।
ଦୁଇମାସ ତଳେ ନାବାଳକ ପୁଅ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀମନ୍ଦିରର ଜନୈକ ସେବାୟତ ତାଙ୍କୁ ଯୌନ ନିର୍ୟାତନା ଦେଇଥିଲେ। ପ୍ରତିବାଦ କଲେ ମନ୍ଦିର ଭିତରେ ମାଡ଼ ମାରିବାକୁ ଧମକ ବି ଦେଇଥିଲେ। ଭୟଭୀତ ହୋଇ ପୁଅ ସେଠାରୁ ଯାଇ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରୁଥିବା ସମୟରେ ପୁନର୍ବାର ଉକ୍ତ ବରିଷ୍ଠ ସେବାୟତଜଣକ ସେଠାକୁ ଯାଇ ତାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିଲେ।
Powered by Froala Editor