ପଞ୍ଜାବୀ ରୀତିନୀତିରେ ସରିଲା ବିକ୍କି ଓ କ୍ୟଟ୍ରିନାଙ୍କ ବାହାଘର

ରାଜସ୍ଥାନର ସୱାଇ ମାଧୋପୁରଠାରେ ଥିବା ସିକ୍ସ ସେନସେସ ଫୋର୍ଟ ବାରୱାରରେ ଅଭିନେତା ବିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ବାହାଘର ଶେଷ ହୋଇଛି। ବିକ୍କି ଓ କ୍ୟଟ୍ରିନାଙ୍କ ବାହାଘର ପଞ୍ଜାବୀ ରୀତିନୀତିରେ ସରିଛି। ଏହି ମ୍ୟାରେଜ ପାର୍ଟିରେ ଉଭୟଙ୍କ ପରିବାର ଲୋକ ଓ କିଛି ହାତ ଗଣତି ଅତିଥି ଉପସ୍ଥିତ ଥିଲେ। ବିକ୍କି ଓ କ୍ୟାଟ ନିଜ ନିଜର ଇନଷ୍ଟାଗ୍ରାମରେ ବାହାଘର କିଛି ଫଟୋ ରିଲିଜ କରିଛନ୍ତି। ଏହି ଫଟୋରେ ଉଭୟ ବେଶ ଷ୍ଟାଇଲିଶ ଲାଗୁଛନ୍ତି। ଏଥିପାଇଁ ପଞ୍ଜାବୀ କନିଆଁ ଗେଟ୍ଅପ୍ରେ ସଜେଇ ହୋଇଥିଲେ କ୍ୟାଟ୍ରିନା। ପ୍ରସିଦ୍ଧ ଡ୍ରେସ୍ ଡିଜାଇନ୍ର ସବ୍ୟସାଚୀ ତାଙ୍କ ପାଇଁ ଖାସ୍ ଲେହେଙ୍ଗା ଡିଜାଇନ୍ କରିଥିଲେ।
Powered by Froala Editor