କୋର୍ଟରେ ଫାଟିଲା ବୋମା, ସୁରକ୍ଷା କଡାକଡି

ଦିଲ୍ଲୀସ୍ଥିତ ରୋହିଣୀ କୋର୍ଟରେ ବୋମା ବିସ୍ଫୋରଣ ଘଟି ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ସୂଚନା ଅନୁସାରେ, ଏକ କୋର୍ଟରୁମରେ ଥିବା ଲାପଟପର ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଘଟଣାସ୍ଥଳରେ ସ୍ବତନ୍ତ୍ର ପୋଲିସ କମିଶନର ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ପୋଲିସ ମୁତାବକ ଏହା ଏକ ଲୋ ଇଣ୍ଟେନସିଟି ବମ ବିସ୍ଫୋରଣ । ଏହା ଏକ ପ୍ରକାର କ୍ରୁଡ ବୋମା । ତେବେ ବର୍ତ୍ତମାନ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହାର ତଦନ୍ତ ଆରମ୍ଭ କରିଛି। ଫରେନସିକ ଟିମ କୋର୍ଟ ରୁମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିସ୍ଫୋରଣ ପରେ ଅଦାଲତରେ ସମସ୍ତ ବିଚାର କାର୍ଯ୍ୟ ବାତିଲ କରାଯିବା ସହ ସବୁ ଫାଟକ ବନ୍ଦ କରିଦିଆଯାଇଛି ।
ଏ ସଂକ୍ରାନ୍ତରେ ଦିଲ୍ଲୀ ପୁଲିସ କହିଛି, ସକାଳ ପ୍ରାୟ ୧୦.୩୦ରେ ରୋହିଣୀ କୋର୍ଟ ପରିସରରେ ଗୋଟାଏ ନିମ୍ନ ତୀବ୍ରତାସମ୍ପନ୍ନ ଲେପି ବ୍ୟାଗ୍ ବିସ୍ଫୋରଣ ଘଟିଛି। ଫୋରେନ୍ସିକ୍ ଏବଂ ‘ଏନ୍ଏସ୍ଜି’ ଟିମ୍ ଘଟଣାର ତଦନ୍ତ ଓ ପରୀକ୍ଷା କରୁଛନ୍ତି।
Powered by Froala Editor