ନିର୍ବନ୍ଧ ଖବର ଦେଇ ବିବାହ କଲେ ତେଜସ୍ୱୀ-ଏଲକ୍ସିସ୍
ବିହାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିଲ୍ଲୀରେ ଆଜି ସେ ବିବାହ କରି ସମସ୍ତଙ୍କୁ ଦେଇଛନ୍ତି ଝଟ୍କା। ଆଜି ତାଙ୍କ ନିର୍ବନ୍ଧ ହେବ ବୋଲି ଜାତୀୟ ଗଣମାଧ୍ୟରେ ସୂଚନା ମିଳିଥିଲା। ହେଲେ ନିର୍ବନ୍ଧ କରିବାକୁ ଯାଇ ସେ ଏୟାରହୋଷ୍ଟେସ୍ ଏଲେକ୍ସିସ୍ଙ୍କୁ ବିବାହ କରିଥିବା ଫଟୋ ସାମ୍ନାକୁ ଆସିଛି। ଏଥିରେ ଲାଲ ପୋଷାକରେ ଏଲକ୍ସିସ୍ ଦେଖା ଯାଇଥିବା ବେଳେ ଗୋଲ୍ଡେନ ଶେରୱାନୀରେ ତେଜସ୍ୱୀଙ୍କୁ ଦେଖା ଯାଇଛି।
ବୁଧବାର ବିବାହ ନିମନ୍ତେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ତେଜସ୍ୱୀ ଚାହୁଁଥିଲେ ୬ ମାସ ପରେ ବିବାହ କରିବେ। ହେଲେ ଗୁରୁବାର ସେମାନଙ୍କ ବିବାହ ଓ ପାଣିଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏଲେକ୍ସିସ୍ ଦିଲ୍ଲୀ ବସନ୍ତ ବିହାର ଅଞ୍ଚଳରେ ରହନ୍ତି। ସେ ପୂର୍ବରୁ ଏୟାର ହୋଷ୍ଟେସ୍ ଭାବେ କାମ କରୁଥିଲେ। ତାଙ୍କ ପିତା ଚଣ୍ଡିଗଡର ଏକ ସ୍କୁଲରେ ପ୍ରିନ୍ସ ପାଲ ଭାବେ କାର୍ଯ୍ୟ କରି ଚାକିରୀରୁ ଅବସର ନେଇଛନ୍ତି। ତେଜସ୍ୱୀଙ୍କ ସହ ଏଲେକ୍ସିସ୍ଙ୍କ ସମ୍ପର୍କ ପ୍ରାୟ ୬ ବର୍ଷର। ଉଭୟ ପରସ୍ପରର ଭଲ ବନ୍ଧୁ ମଧ୍ୟ ଥିଲେ। ତେବେ ଏଲେକ୍ସିସ୍ଙ୍କ ସହ ବିବାହ ଲାଗି ତେଜସ୍ୱୀ ଘରେ ପ୍ରସ୍ତାବ ପକାଇବାରୁ ପିତା ଲାଲୁ ଯାଦବ ଅସନ୍ତୋଷ ପ୍ରକାଶ କରିଥିଲେ। କାରଣ ଏଲେକ୍ସିସ୍ ଖ୍ରୀଷ୍ଟିୟାନ। ଏଣୁ ସେମାନଙ୍କ ବିବାହ ଗଡିଗଡି ଚାଲିଥିବା ବେଳେ ଶେଷରେ ଲାଲୁ ରାଜି ହେବା ସହ ନିର୍ବନ୍ଧ ଓ ବିବାହ କାମ ସାରି ଦେଇଛନ୍ତି।
ଦିଲ୍ଲୀ ସ୍ଥିତ ସୈନିକ ଫାର୍ମ ହାଉସରେ ତେଜସ୍ୱୀଙ୍କ ବିବାହ ହୋଇଛି। ଗୁରୁବାର ସକାଳେ ହଳଦି ପରେ ରିଙ୍ଗ ସେରେମୋନି ଏବଂ ତା’ପରେ ଦୁହେଁ ବିବାହ ମଣ୍ଡପରେ ବସିଥିଲେ।ଏହାପୂର୍ବରୁ ତାଙ୍କ ଭଉଣୀ ରୋହିଣୀ ଟ୍ୱିଟ୍ କରି ତେଜସ୍ୱୀଙ୍କ ବିବାହ ଖବରକୁ କନ୍ଫର୍ମ କରିଥିଲେ।
Powered by Froala Editor