ଶାରୀରିକ ସମ୍ପର୍କ ଭିଡିଓ ଭାଇରାଲ କରି ଫସିଲେ ଯୁବକ

ବାଲିଅନ୍ତା: ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗରେ ବାଲିଅନ୍ତା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ତା’ର ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପାହାଳ ଫାଣ୍ଡି ଅଧୀନ ଜୋହୋଳ ମୌଜାରେ ଏହି ଘଟଣା ଘଟିଛି । ସୂଚନା ମୁତାବକ, ପାହାଳ ଫାଣ୍ଡି ଅଞ୍ଚଳରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ସହ ସେହି ଗ୍ରାମର ଜଣେ ୨୦ ବର୍ଷୀୟ ଯୁବକ ବର୍ଷେ ହେଲା ପ୍ରେମ କରୁଥିଲେ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାରୁ ପରେ ଯୁବକ ଜଣଙ୍କ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ସେହି ସମୟରେ ଯୁବକ ଜଣଙ୍କ ନିଜ ମୋବାଇଲରେ ଏହାର ଭିଡିଓ ରେକର୍ଡିଂ କରି ନେଇଥିଲେ । ତେବେ କୌଣସି କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗତ ୪ ତାରିଖ ଦିନ ଝଗଡ଼ା ହୋଇଥିଲା । ଏଥିରେ ରାଗି ଯାଇ ଯୁବକ ଜଣକ ମୋବାଇଲରେ ରଖିଥିବା ଭିଡିଓକୁ ସବୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା । ଏ ନେଇ ଛାତ୍ରୀଙ୍କ ମା’ବାଲିଅନ୍ତା ଥାନାରେ ଅଭିଯୋଗ କରିବାରୁ ପୁଲିସ ନମ୍ବର ୧୨୨/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ।
Powered by Froala Editor