ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି, ଶିଶୁପୁତ୍ର ପାଇଁ ସଞ୍ଜିବନୀ ୧୬ କୋଟିର ଇଞ୍ଜେକ୍ସନ
ଭୁବନେଶ୍ୱର: ଉଣେଇଶ ମାସର ଶିଶୁପୁତ୍ର ଫୁଲବାଣୀର ରାଜବୀର ରଣା ବିରଳ ରୋଗରେ ପୀଡ଼ିତ । ଶିଶୁପୁତ୍ରର ଜୀବନ ବଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ତାଙ୍କ ବାପା ମା ଗୁହାରୀ କରିଛନ୍ତି । ମେରୁଦଣ୍ଡ ମାଂସପେଶୀ ସମ୍ବନ୍ଧୀୟ ରୋରେଗ ପୀଡ଼ିତ ଏହି ଶିଶୁଟି ପାଖରେ ଆଉ ମାତ୍ର ୪ ମାସ ସମୟ ରହିଛି । ଦୀର୍ଘ ଦିନ ହେଲା ସେ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଥିଲେ । ଏଥିପାଇଁ ୬ ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । ରାଜବୀରଙ୍କ ଜୀବନ ରକ୍ଷା ପାଇଁ ଏକକାଳୀନ ଜିନ ଥେରାପିର ଆବଶ୍ୟକତା ଥିବା ତାଙ୍କ ମା’କହିଛନ୍ତି । ଏଥିପାଇଁ ଆମେରିକାରୁ ଏକ ଇଞ୍ଜେକସନ ଅଣାଯିବାର ଆବଶ୍ୟକତା ରହିଛି । ପିଲାଟିକୁ ଦୁଇ ବର୍ଷ ହେବା ପରେ ଇଞ୍ଜେକସନଟି ଆଉ କାମ ଦେବନି । ଏହାକୁ କିଣିବା ପାଇଁ ୧୬ କୋଟି ଟଙ୍କାର ଆବଶ୍ୟକତା ଥିବାରୁ ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜବୀରଙ୍କ ବାପା ମା’କହିଛନ୍ତି ।
Powered by Froala Editor