ଓମିକ୍ରନ ପାଇଁ ବନ୍ଦ ହେବନି ସ୍କୁଲ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆସିବା ପରେ ସ୍କୁଲରେ ପାଠପଢ଼ା ଆଶଙ୍କା ଦେଖା ଦେଲାଣି । ସ୍କୁଲ ବନ୍ଦ ହୋଇପାରେ ବୋଲି ଚାରିଆଡେ଼ ପ୍ରଚାର ହେଉଛି । ସୋମବାର ଏହି ଗୁଜବକୁ ଖଣ୍ଡନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲ ବନ୍ଦ ହେବନି । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏ ଶିକ୍ଷାଦାନ ଚାଲିବ । କିନ୍ତୁ କରୋନା କଟକଣାକୁ ଆହୁରି କଡ଼ାକଡି କରାଯିବ । ଓମିକ୍ରନ ୨୦ ରୁ ଅଧିକ ଦେଶରେ ବ୍ୟାପିଗଲାଣି । ଭାରତରେ ମଧ୍ୟ କଟକଣାକୁ କଡାକଡ଼ି କରାଯାଉଛି । ଏହି ଭାରିଆଣ୍ଟ ଦ୍ୱାରା ସ୍କୁଲ ଶିକ୍ଷା ପୁଣି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ଏ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଯେଉଁ ସବୁ କ୍ଲାସ ଖୋଲିଛି ସେ ସବୁ ପାଠପଢ଼ା ଜାରି ରହିବ । ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଏଣିକି କରୋନା କଟକଣାକୁ ଆହୁରି କଡାକଡ଼ି କରାଯିବ । ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।
Powered by Froala Editor