ମାଡି ଆସୁଛି ବାତ୍ୟା ‘ଜୱାଦ’
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ନିଶ୍ଚିତ ହୋଇଯାଇଛି । ଆଇଏମଡ଼ି ଏଭଳି ଆକଳନ କରିଛି । ଏହି ବାତ୍ୟାର ନାମ ରହିବ ‘ଜୱାଦ’ । ଯାହାର ନାମକରଣ କରିଛି ସାଉଦିଆରବ । ଏହାର ଅର୍ଥ ହେଉଛି ଦୟାଳୁ । ତେବେ ଏହି ବାତ୍ୟାଟି ସେତେଟା ଗୁରୁତର ପ୍ରଭାବ ପକାଇବା ନାହିଁ । ଏହାର ପ୍ରଭାବରେ ଝଡ଼ ତୋଫାନ ଓ ବର୍ଷା ହେବ । ଏହାର ପ୍ରଭାବରେ ବର୍ଷା ଓ ଘଂଟାପ୍ରତି ୪୫ରୁ ୫୦ କିମି ବେଗରେ ପବନ ବହିବ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି । ଏହାର ପ୍ରଭାବରେ ୩ରୁ ୫ ପର୍ଯ୍ୟନ୍ତ ବର୍ଷା ହେବ । ତେଣୁ ଚାଷୀ ଭାଇ ଓ ମତ୍ସ୍ୟଜୀବୀମାନେ ସତର୍କ ରହିବାକୁ କୁହାଯାଇଛି ।
ବାତ୍ୟା ଜୱାଦର ପ୍ରଭାବରେ ଓଡ଼ିଶାର ୮ଟି ସ୍ଥାନରେ ୧୦୦ ମିମିରୁ ଉଦ୍ଧ୍ୱର୍ ବର୍ଷା ହେବବୋଲି ଆକଳନ କରାଯଇଛି । ଏପରିକି ଗଞ୍ଜାମର ଛତ୍ରପୁରରେ ବର୍ଷା ପରିମାଣ ୧୩୪ ମିମି ହେବବୋଲି କୁହାଯାଉଛି । ଅପରପକ୍ଷରେ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମରେ ବର୍ଷା ପରିମାଣ ୭୪ ମିମି ରହିବ ବୋଲି ଆକଳନ କରାଯାଉଛି ।
ମାଡ଼ି ଆସୁଛି ବାତ୍ୟା । ବାତ୍ୟାର ପ୍ରଭାବରେ ୩ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ଡିସେମ୍ବର ୪ରେ ବାତ୍ୟା ରୂପ ନେଇ ସ୍ଥଳଭାଗରେ ମାଡ଼ ହେବ । ତେବେ କେଉଁ ସ୍ଥାନରେ ବାତ୍ୟା ମାଡ଼ ହେବ ତାହା ସ୍ପଷ୍ଟ ହୋଇନାହିିଁ । ବାତ୍ୟା ଆସୁଥିବାରୁ ମତ୍ସ୍ୟଜୀବୀ ଓ ଚାଷୀଙ୍କ ଭାଇ କିଛି ସତର୍କତା ସୂଚନା ଦିଆଯାଇଛି । ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ ଡିସେମ୍ବର ୨ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି । ଅପରପକ୍ଷରେ ବାତ୍ୟା ଯୋଗୁଁ ବର୍ଷା ହେବାର ସମ୍ଭାବନା ଥିବାରୁ ଧାନ କଟାକଟି କାର୍ଯ୍ୟ ପୂର୍ବରୁ ସାରିଦେବାକୁ ପରାମର୍ଶ ଦିଆଯାଇଛି । ନଚେତ ବାତ୍ୟା ପରେ ଧାନ କାଟିବାକୁ ପରାମର୍ଶ ଦିଆଯାଇଛି । ଡିସେମ୍ବରରେ ବାତ୍ୟା କିଛି ଅସ୍ୱାଭାବିକ ନୁହେଁ ବୋଲି ଆଇଏମଡ଼ି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।
ଦକ୍ଷିଣ ଓଡ଼ିଶାରେ ପ୍ରଥମେ ବର୍ଷା ହେବ । ଏହା ପରେ ଉତର ଉପକୂଳରେ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି । ଉତର ଉତର ପଶ୍ଚିମ ଦିଗରେ ଗତି କରି ଏହା ଡିସେମ୍ବର ୨ରେ ଡିପ୍ରେସନରେ ପରିଣତ ହେବ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ର ଉପକୂଳରେ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor