୩ରୁ ବର୍ଷା , ୪ରେ ବାତ୍ୟା, ସ୍ପଷ୍ଟ କଲେ ଆଇଏମଡି ଡିଜି
ଭୁବନେଶ୍ୱର : ମାଡ଼ି ଆସୁଛି ବାତ୍ୟା । ବାତ୍ୟାର ପ୍ରଭାବରେ ୩ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ଡିସେମ୍ବର ୪ରେ ବାତ୍ୟା ରୂପ ନେଇ ସ୍ଥଳଭାଗରେ ମାଡ଼ ହେବ । ତେବେ କେଉଁ ସ୍ଥାନରେ ବାତ୍ୟା ମାଡ଼ ହେବ ତାହା ସ୍ପଷ୍ଟ ହୋଇନାହିିଁ । ବାତ୍ୟା ଆସୁଥିବାରୁ ମତ୍ସ୍ୟଜୀବୀ ଓ ଚାଷୀଙ୍କ ଭାଇ କିଛି ସତର୍କତା ସୂଚନା ଦିଆଯାଇଛି । ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ ଡିସେମ୍ବର ୨ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି । ଅପରପକ୍ଷରେ ବାତ୍ୟା ଯୋଗୁଁ ବର୍ଷା ହେବାର ସମ୍ଭାବନା ଥିବାରୁ ଧାନ କଟାକଟି କାର୍ଯ୍ୟ ପୂର୍ବରୁ ସାରିଦେବାକୁ ପରାମର୍ଶ ଦିଆଯାଇଛି । ନଚେତ ବାତ୍ୟା ପରେ ଧାନ କାଟିବାକୁ ପରାମର୍ଶ ଦିଆଯାଇଛି । ଡିସେମ୍ବରରେ ବାତ୍ୟା କିଛି ଅସ୍ୱାଭାବିକ ନୁହେଁ ବୋଲି ଆଇଏମଡ଼ି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।
ଦକ୍ଷିଣ ଓଡ଼ିଶାରେ ପ୍ରଥମେ ବର୍ଷା ହେବ । ଏହା ପରେ ଉତର ଉପକୂଳରେ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି । ଉତର ଉତର ପଶ୍ଚିମ ଦିଗରେ ଗତି କରି ଏହା ଡିସେମ୍ବର ୨ରେ ଡିପ୍ରେସନରେ ପରିଣତ ହେବ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ର ଉପକୂଳରେ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor