ଟିକା ଦାମ୍କୁ ନେଇ ଲାଗି ରହିଥିଲା ଦ୍ୱନ୍ଦ୍ୱ, ସ୍ପଷ୍ଟ କଲେ ସେରମ୍ ସିଇଓ

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ବିରୋଧ ଲଢେଇରେ ଟିକାର ଦାମକୁ ନେଇ ଏପଟେ ଲାଗିରହିଛି ଦ୍ୱନ୍ଦ୍ୱ । ତେବେ ଟିକାର ଦାମକୁ ନେଇ ଯେଉଁ ଦ୍ବନ୍ଦ୍ବ ଦେଖାଦେଇଛି, ଏନେଇ ସ୍ପଷ୍ଟ କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାୱାଲା । ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ପ୍ରଥମେ କୋଭିସିଲ୍ଡର ଦାମ ବହୁତ କମ ରହିଥିଲା । କାରଣ ସତେବେଳେ ଦେଶମାନେ ଆଗୁଆ ଫଣ୍ଡିଂ କରିଥିଲେ । ଯେଉଁଥି ପାଇଁ ଏହି ଟିକାର ଦାମ କମ୍ ରହିଥିଲା । ଆଉ ଏବେ ବି କୋଭିସିଲ୍ଡ ଦେଶର ସବୁଠାରୁ ଶସ୍ତା ଟିକାମାନଙ୍କ ମଧ୍ୟରେ ଅନ୍ୟତମ ବୋଲି କହିଛନ୍ତି ପୁନାଓ୍ବାଲା ।
ଅନ୍ୟପଟେ ସେ କହିଛନ୍ତି କି, କେବଳ କିଛି ଟିକା ଘରୋଇ ହସ୍ପିଟାଲକୁ ପ୍ରତି ଡୋଜ ୬ ଶହ ଟଙ୍କାରେ ବିକ୍ରି ହେବ । ଏହାସହ ସେ କହିଥିଲେ କି ସେରମ୍ ଏବେ ୩ ଟି ଦରରେ କୋଭିସିଲ୍ଡ ଟିକା ବିକ୍ରି କରୁଛି । ରାଜ୍ୟ ସରକାରମାନଙ୍କୁ ପ୍ରତି ଡୋଜ ୪୦୦ ଟଙ୍କାରେ ବିକ୍ରି କରାଯିବ ଓ କେନ୍ଦ୍ରକୁ ପ୍ରତିଡୋଜକୁ ୧୫୦ ଟଙ୍କାରେ ବିକ୍ରି କରାଯିବ ବୋଲି ପୁନାୱାଲା ସ୍ପଷ୍ଟ କରିଛନ୍ତି । ମେ’ ୧ ତାରିଖରୁ ଏହି ନୂଆ ଦରରେ ଟିକା ବିକ୍ରି କରାଯିବ ବୋଲି ପୁନାୱାଲା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।
Powered by Froala Editor