ଦାରିଂବାଡିରେ ପାରଦ ୯ ଡିଗ୍ରୀ, ହାଡଭଙ୍ଗା ଶୀତ
ଫୁଲବାଣୀ: କିଛି ଦିନ ହେବ ରାଜ୍ୟରେ ଶୀତର ମାତ୍ରା କମ ରହିଥିଲା । ତେବେ ପୁଣି କନ୍ଧମାଳକୁ ଫେରିଛି ଶୀତ । ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଳାର ବିଭିନ୍ନ ସ୍ଥାନରେ ପାଣିପାଗରେ ପରିବର୍ତ୍ତନ ହୋଇଛି । ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଂବାଡିରେ ପାରଦ ଆଜି ୯ଡିଗ୍ରୀକୁ ଖସିଛି । ଗତ ୪ଦିନ ଭିତରେ ତାପମାତ୍ରା ୬.୫ଡିଗ୍ରୀ ହ୍ରାସ ପାଇଛି ।
ସାଧାରଣତଃ ଦାରିଂବାଡିକୁ ପ୍ରତିବର୍ଷ ଅକ୍ଟୋବର ମାସ ମଧ୍ୟ ଭାଗରେ ଶୀତ ଆସିଥାଏ । ହେଲେ ଚଳିତ ବର୍ଷ ସାମାନ୍ୟ ବିଳମ୍ବ ଅର୍ଥାତ ଅକ୍ଟୋବର ୨୩ ତାରିଖରେ ତାପମାତ୍ରା ୧୧ଡିଗ୍ରୀ ସେଲସିୟସକୁ ଖସି ଶୀତ ପାଦ ଥାପିଥିଲା । ଶୀତର ପ୍ରକୋପ ବୃଦ୍ଧି ପାଇଥିବାବେଳେ ଚଳିତ ମାସ ୭ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ୍ ରହିଥିଲା । ଫଳରେ ପ୍ରବଳ ଶୀତ ଅନୁଭୂତ ହୋଇଥିଲା । ହେଲେ ଲଘୁଚାନଜନିତ ବର୍ଷା ଓ ପାଗରେ ପରିବର୍ତ୍ତନ ଯୋଗୁଁ ପାଖାପାଖି ଦୁଇ ସପ୍ତାହ ଧରି ଶୀତ ଗାଏବ୍ ହୋଇଯାଇଥିଲା । ଗତକାଲି ଦାରିଂବାଡିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ ସେଲସିୟସ୍ ଥିଲା ବେଳେ ଆଜି ହଠାତ୍ ୪ଡିଗ୍ରୀ ହ୍ରାସ ପାଇ ୯ଡିଗ୍ରୀ ରେକର୍ଡ କରାଯାଇଛି ।
Powered by Froala Editor