ବିଦେଶୀ ଯାତ୍ରୀଙ୍କ ପାଇଁ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ
ଭୁବନେଶ୍ବର: ନୂଆ ଭାରିଆଣ୍ଟ ଓମିକ୍ରମକୁ ନେଇ ଏୟାରପୋର୍ଟ ଉପରେ ନଜର । ବିଦେଶୀ ଯାତ୍ରୀଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ବାରେଣ୍ଟାଇନ୍ କଣ୍ଟ୍ରୋଲ ବ୍ୟବସ୍ଥା ସହ ସମସ୍ତ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ଚିନ୍ତା ବଢାଉଛି ନୂଆ ଭାରିଆଣ୍ଟ । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ହେବା ପରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର କଠୋର ହୋଇଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଚିନ୍ତା ବଢିବା ଆଶଙ୍କାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ବାରେଣ୍ଟାଇନ୍ କଣ୍ଟ୍ରୋଲ ବ୍ୟବସ୍ଥା କରାଯାଇଛି । ଏଥିସହ ବିମାନବନ୍ଦର ଉପରେ ମଧ୍ୟ କଡା ନଜର ରଖାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ସର୍ଭିଲାନ୍ସ କରାଯାଉଛି । ସବୁ ଯାତ୍ରୀଙ୍କ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ ସହ ବାହାରୁ ଆସିଲେ ଟେଷ୍ଟିଂ ଏବଂ ଜିନମ ସିକ୍ବେନ୍ସ କରାଯିବ । ଏଥିସହ ସମସ୍ତଙ୍କୁ ଭ୍ୟାକ୍ସିନ୍ ନେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
Powered by Froala Editor