ଇଡିରେ ହାଜର ହେଲେ ପ୍ରଦୀପଙ୍କ ଝିଅ
ଭୁବନେଶ୍ବର: ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ। ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଇଡି ଅଫିସରେ ହାଜର ହୋଇଛନ୍ତି। ବାରମ୍ବାର ନୋଟିସ ପରେ ଚତୁର୍ଥ ନୋଟିସରେ ହାଜର ହୋଇଛନ୍ତି ଶ୍ରୁତି ପାଣିଗ୍ରାହୀ । ଆକାଶ ପାଠକଙ୍କ ସହ ଆର୍ଥିକ କାରବାର ନେଇ ହେବ ପଚରାଉଚରା।
ଏହାସହ ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକଙ୍କ ଆୟ ବହିର୍ଭୂତ ସମ୍ପତି ନେଇ ମଧ୍ୟ ପଚରାଉଚୁରା କରିବ ଇଡି। ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ଝିଅ ଆକାଉଣ୍ଟ ଏବଂ ଝିଅ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଯାଇଥିଲା ଟଙ୍କା।
ପ୍ରକାଶ ଯେ, ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ପୂର୍ବତନ ଆଇଏଫଏସ ଅଭୟ ପାଠକ । ଅର୍ଥ ହେରଫେର ମାମଲାରେ ପଚରା ଉଚରା କରିଥିଲା ଇଡି ।
Powered by Froala Editor