ଖୋର୍ଦ୍ଧାରୁ ବ୍ରାଉନସୁଗର ଜବତ, ୪ ଜଣଙ୍କୁ ଧରିଲା ଏସ୍ଟିଏଫ୍
ଖୋର୍ଦ୍ଧା ଅଞ୍ଚଳରୁ ପ୍ରାୟ ଏକ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି ଏସ୍ଟିଏଫ୍। ବ୍ରାଉନ୍ସୁଗାର କାରବାର ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି । ଖବର ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ୍ସୁଗାର କାରବାର ବଢୁଥିବା ନେଇ ଏସ୍ଟିଏଫ୍ ପାଖରେ ଗୁଇନ୍ଦା ସୂଚନା ମିଳିଥିଲା । ଯାହାପରେ ଏସ୍ଟିଏଫ୍ ବ୍ରାଉନ୍ସୁଗାର ରାକେଟକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଯୋଜନା ଅନୁଯାୟୀ, ଖୋର୍ଦ୍ଧା ଅଞ୍ଚଳରୁ ପ୍ରାୟ ଏକ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି ଏସ୍ଟିଏଫ୍ । ଏଥିରେ ଗିରଫ ହୋଇଥିବା ୪ ଜଣଙ୍କୁ ପଚରାଉଚରା ଜାରି ରହିଛି । ଏହି ବ୍ରାଉନ୍ସୁଗାର ଲିଙ୍କରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଛାନ୍ଭିନ୍ ଜାରି ରହିଛି ।
Powered by Froala Editor