Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନକୁ ୬୧ ରନରେ ହରାଇଲା ...

  • ୧୦ ମାସର ଝିଅ ସର୍ବକନିଷ୍ଠ ଅଙ୍ଗ ଦାତା

  • ମେଟ୍ରୋ ପିଲାର ଭାଙ୍ଗିଲା : ଜଣେ ମୃତ, ...

  • ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ

  • ହେଲମେଟ କାରଖାନାରେ ବଡ଼ ଅଗ୍ନିକାଣ୍ଡ

  • ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ

  • ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ...

  • ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ

  • ଆଜି ପୁଲୱାମା ଆକ୍ରମଣକୁ ପୁରିଲା ୭ବର୍ଷ, ...

  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

Home ›› ››ଅଭିଯୁକ୍ତ ଓ ତାଙ୍କ ସୁରକ୍ଷାଦାତାଙ୍କ ପଲିଗ୍ରାଫ ଟେଷ୍ଟ ହେଲେ ତଥ୍ୟ ବି ମିଳିବ ପ୍ରମାଣ ବି ମିଳିବ : କଂଗ୍ରେସ

ଅଭିଯୁକ୍ତ ଓ ତାଙ୍କ ସୁରକ୍ଷାଦାତାଙ୍କ ପଲିଗ୍ରାଫ ଟେଷ୍ଟ ହେଲେ ତଥ୍ୟ ବି ମିଳିବ ପ୍ରମାଣ ବି ମିଳିବ : କଂଗ୍ରେସ

2021-11-23 03:44:56
15523
Share:
Facebook
Twitter
E-Mail
WhatsApp
Telegram
ଅଭିଯୁକ୍ତ ଓ ତାଙ୍କ ସୁରକ୍ଷାଦାତାଙ୍କ ପଲିଗ୍ରାଫ ଟେଷ୍ଟ ହେଲେ ତଥ୍ୟ ବି ମିଳିବ ପ୍ରମାଣ ବି ମିଳିବ : କଂଗ୍ରେସ

ଭୁବନେଶ୍ୱର - ମମିତା ହତ୍ୟାକାଣ୍ଡ ଘଟଣାରେ ବିରୋଧିଙ୍କୁ ପ୍ରମାଣ ମଗାଯାଉଛି । ଗୋବିନ୍ଦ ସାହୁ, ଗୃହମନ୍ତ୍ରୀ ଓ ତାଙ୍କର ସହଯୋଗୀ, ଉଭୟ ଜିଲ୍ଲାର ଏସ୍‌ପି, ଡିଆଜି ସହ ବିଜେଡ଼ି ସାଂଗଠନିକ ସଂପାଦକଙ୍କ ପଲିଗ୍ରାଫ ଟେଷ୍ଟ କରାଗଲେ ତଥ୍ୟ ସହ ପ୍ରମାଣ ମଧ୍ୟ ମଳିପାରିବ । ତେଣୁ ଏମାନଙ୍କ କଲ ଡିଟେଲ ସହ ପଲିଗ୍ରାଫ ଟେଷ୍ଟ କରିବାକୁ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ପରିହତ୍ୟା ଘଟଣାରେ ଏସ୍‌ଆଇଟି ଯାଂଚ ଓ ଏସଆଇଟି ମୁଖ୍ୟ ଶ୍ରୀ ଅରୁଣ ବୋଥ୍ରାଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ କ୍ଲିପିଙ୍ଗ ଦେଖାଇ ସେ କହିଲେ ଯେ, ପରୀ ହତ୍ୟା ଘଟଣା ଯାଂଚ ବେଳେ ଯଦୁପୁରର ସବୁ ଲୋକ ଯାଂଚ ବେଳେ ସ୍ୱେଚ୍ଛାକୃତ ଭାବେ ସାମିଲ ହେଉଥିଲେ । ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହେଉଥିଲେ । କେବଳ ଅଭିଯୁକ୍ତ ସରୋଜ ତାଙ୍କ ପରିବାର ତଦନ୍ତ ବେଳେ ସହଯୋଗ କରୁନଥିଲେ ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହେଉନଥିଲେ । ଅଭିଯୁକ୍ତ କିମ୍ବା ତାଙ୍କ ପରିବାର ଯେତେବେଳେ ଜାଣଯିବେ ଯେ ସେମାନେ ସନ୍ଦେହ ଘେରକୁ ଆସିଗଲେଣି ତାହାହେଲେ ସେମାନେ ଅଜବ ବ୍ୟବହାର କରିବେ, ପ୍ରମାଣ ମାଗିବେ, ଓଭରରିଆକ୍ଟ କରିବେ କିମ୍ବା ଓଭରଆକ୍ଟ ମଧ୍ୟ କରିବେ ।  ଚିଟଫଣ୍ଡ ତଦନ୍ତ ବେଳେ ନବୀନ ନିବାସର ସରୋଜର ମଧ୍ୟ ବ୍ୟବହାର ସେମିତି ଥିଲା ।  ସିବିଆଇ ତଦନ୍ତ ଶିଥିଳ ହୋଇଛି, ସମୟହିଁ କହିବ ୟାଙ୍କର ସଂପୃକ୍ତି କେତେ?  କିନ୍ତୁ ଉଭୟ ନବୀନ ନିବାସର ସରୋଜ ଓ ଯଦୁପୁରର ସରୋଜର ବ୍ୟବହାର, ଓଭରରିଆକ୍ସନ ଓ ଓଭରଆକସନ୍ ସହ ଗୃହରାଷ୍ଟ୍ର ମନ୍ତ୍ରୀ ଓ ବିଜେଡ଼ି ସାଂଗଠନିକ  ସଂପାଦକଙ୍କ ଓଭରରିଆକ୍ସନ ଓ ଓଭରଆକସନ୍ ସହ ସମାନତା ଆସିଯାଉଛି । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତପୂର୍ବରୁ ଉଭୟ ମନ୍ତ୍ରୀ ଓ ସାଂଗଠନିକ ସଂପାଦକ ପୋଲିସ୍ ଓ ପ୍ରଶାସନକୁ ନେଇ କଳାହାଣ୍ଡିର କୋଣ ଅନୁକୋଣ ବୁଲିଛନ୍ତି ।  ଏମାନେ ତଥ୍ୟ ପ୍ରମାଣ ନଷ୍ଟ କରିଛନ୍ତିକି ବୋଲି ପ୍ରଶ୍ନ କରି ସେଥିପାଇଁ ଦମ୍ଭର ସହିତ ପ୍ରମାଣ ମାଗୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି । ତାହାହେଲେ ଉଭୟଙ୍କ ସହ ବଲାଙ୍ଗିର ଓ କଳାହାଣ୍ଡିର ଏସ୍‌ପି ଡିଆଜିଙ୍କ କଲରେକର୍ଡ ଯାଂଚ ସହ ପରୀ ଘଟଣାର ତଦନ୍ତ ପ୍ରକ୍ରିୟା ଅନୁଯାୟୀ ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ କଂଗ୍ରେସ ଦଳ ଦାବି କରିଛି ।

    ଏତଦ୍‌ଭିନ୍ନ ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ପ୍ରଶ୍ନ କରାଗଲେ ତାର ଉତର ଖୋଦ ମୁଖମନ୍ତ୍ରୀ କିମ୍ବା ଅଧିକୃତ ମନ୍ତ୍ରୀ ଦେବେ । ଦଳ, ଦଳର ସୁପ୍ରିମୋଙ୍କୁ ପ୍ରଶ୍ନ କରାଗଲେ ଦଳର ମୁଖପାତ୍ର ଉତର ରଖିବେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନକଲେ  ଜଣେ ଅନଧିକୃତ ବ୍ୟକ୍ତି ଉତର ଦେବା ଦୁଃର୍ଭାଗ୍ୟଜନକ । 

    ନଭେମ୍ବର ୭ ତାରିଖରେ ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏକ ଟ୍ୟୁଇଟ କରିଥିଲେ । ଟୁଏଟରେ ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେଯେ, ରାଜନୈତିକ ଭିନ୍ନମତଦବାଦକୁ ଭୁଲିଯାଇ ଏକତା ଭାବେ ମମିତା ପରିବାରର ଦୁଃଖରେ ସାମଲି ହେବାକୁ । ରାଜ୍ୟର ଜଣେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ୱାଭାବିକ, କିନ୍ତୁ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ଶରଣରେ ଗଲେ କାହିଁକି? 

    ଗୋବିନ୍ଦ ସାହୁ ସନ୍ଦେହଜନକ ଫେରାର ହେଲା ଟିଟିଲାଗଡ଼ରୁ, ମାନ୍ୟବର ମନ୍ତ୍ରୀ ସେହି ଟିଟିଲାଗଡ଼ର ବିଧାୟକ । ‘ଗୋବିନ୍ଦ ସାହୁ”ଙ୍କୁ ଫେରାର କରିବା ପଛରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହାତ ଥିବା ଓ ପୋଲିସ ଏହି ରାଷ୍ଟ୍ରମନ୍ତ୍ରୀଙ୍କ ବୋଲକରା ସାଜୁଥିବା ଯୋଗୁଁ ସେ ଉଭୟ  ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେକି?     ପୋଲିସ ମାତ୍ରାଧିକ ଉଦାସୀନତା ସହ ଯେହେତୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ସଂପୃକ୍ତି ଅଭିଯୋଗ ଆସୁଥିବା ଯୋଗୁଁ ଓଡ଼ିଶା ପୋଲିସ ନିଜ ବିଭାଗର ମନ୍ତ୍ରୀଙ୍କୁ ବାନ୍ଧିବା ସମ୍ଭବ ନୁହେଁ । ତେଣୁ ଏହାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରି ମମିତା ମେହେର ପରିବାରକୁ ସମବେଦନା ଜଣାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କି? ତତ୍‌ସହିତ ସିବିଆଇ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ତେଣୁ ସେ ଏହାର ତଦନ୍ତ ପାଇଁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କି? 

    ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପରିପ୍ରେକ୍ଷୀରେ ବହୁ କ୍ୟାବିନେଟ ମନ୍ତ୍ରୀ ସେ ଅଂଚଳରେ ଥିଲେ । ପୋଲିସ ଓ ପ୍ରଶାସନ ତତ୍ପର ଥିଲା । ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଧରି ବୁଲୁଥିଲେ । କେହିବି ମୃତ ମମିତାର ପରିବାରକୁ ସମବେଦନା ଜଣାଇବାକୁ ଯାଇ ନାହାନ୍ତି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଅନୁରୋଧ ସତ୍ୱେ ମାନ୍ୟବର ମୁଖ୍ୟମନ୍ତ୍ରୀ ପଦୁଟିଏ ମଧ୍ୟ କହିନାହାନ୍ତି, ତା’ର କାରଣ କ’ଣ? 

    ଟୁଇଟ୍ ସହ ଏକ ଭିଡିଓ ଅପଲୋଡ କରାଯାଇଛି । ମନ୍ତ୍ରୀ ଶ୍ରୀମତୀ ସାହୁ ମମିତା ପରିବାରକୁ ଭେଟି ନାହାନ୍ତି କିମ୍ବା ସେମାନେ ମଧ୍ୟ ମନ୍ତ୍ରୀ ପାଖକୁ ଆସିନାହାନ୍ତି । ଏହି ଭିଡିଓ ପାଇଲେ କେଉଁଠୁ? 

    ଏହା କଣ ସତ୍ୟକି ଜଣେ ବିଜେଡ଼ି ନେତା ଅନ୍ଧାରି ବିଜେକରି ପୋଲିସ ଓ ପ୍ରଶାସନ ମାଧ୍ୟମରେ ଚାପ ପ୍ରୟୋଗ କରି ବଳପୂର୍ବକ ଲେଖା ପଢ଼ାଇ ଭିଡିଓ ତିଆରି କରିଛନ୍ତି କି? ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ଏକ ପିତାମାତାଙ୍କ ଠାରୁ “ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି” ବୋଲି କୁହାଇ ପ୍ରଚାର କରାଇବା ବିକୃତ ଓ ଜଘନ୍ୟ ମାନସିକତା ନୁହେଁ କି? ଗୃହରାଷ୍ଟ୍ର ମନ୍ତ୍ରୀ ଆତ୍ମଗୋପନ ବେଳେ ଜଣେ ବିଧାୟକଙ୍କ ଘରେ ଥିବା ଅଭିଯୋଗ ଉଠୁଥିଲା ସେ ବିଧାୟକ ଜଣକ କିଏ ।  

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, ଅଭିଶେକ ମହାନନ୍ଦ ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Powered by Froala Editor

Tags Inc congress, Congress ,

Related articles Odisha News Lens 4.1

  • ଆଜି ପୁଲୱାମା ଆକ୍ରମଣକୁ ପୁରିଲା ୭ବର୍ଷ, ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ...
    ଦେଶ-ଦେଶାନ୍ତର

    ଆଜି ପୁଲୱାମା ଆକ୍ରମଣକୁ ପୁରିଲା ୭ବର୍ଷ, ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ...

    15392
    Feb 14, 2026
  • ପାକିସ୍ତାନକୁ ୬୧ ରନରେ ହରାଇଲା ସୂର୍ଯ୍ୟକୁମାର ଟିମ୍
    ଖେଳ ଖବର

    ପାକିସ୍ତାନକୁ ୬୧ ରନରେ ହରାଇଲା ସୂର୍ଯ୍ୟକୁମାର ଟିମ୍

    14221
    Feb 15, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ
    ବିଶେଷ

    ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15491
    Feb 14, 2026
  • ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ
    ଦେଶ-ଦେଶାନ୍ତର

    ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ

    15035
    Feb 14, 2026
  • ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ
    ଦେଶ-ଦେଶାନ୍ତର

    ବିଷ ସ୍ୱାଦ ଚାଖୁଥିଲେ ୫ ନାବାଳିକା , ୪ ମୃତ

    15598
    Feb 14, 2026
  • ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ

    14020
    Feb 14, 2026
  • ହେଲମେଟ କାରଖାନାରେ ବଡ଼ ଅଗ୍ନିକାଣ୍ଡ
    ଦେଶ-ଦେଶାନ୍ତର

    ହେଲମେଟ କାରଖାନାରେ ବଡ଼ ଅଗ୍ନିକାଣ୍ଡ

    15499
    Feb 14, 2026
  • ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ନୂତନ ପରମ୍ପରା ଚଲାଉଛନ୍ତି: ଶାହ
    ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ନୂତନ ପରମ୍ପରା ଚଲାଉଛନ୍ତି: ଶାହ

    15561
    Feb 14, 2026
  • ମେଟ୍ରୋ ପିଲାର ଭାଙ୍ଗିଲା : ଜଣେ ମୃତ, ଦୁଇଜଣ ଆହତ
    ଦେଶ-ଦେଶାନ୍ତର

    ମେଟ୍ରୋ ପିଲାର ଭାଙ୍ଗିଲା : ଜଣେ ମୃତ, ଦୁଇଜଣ ଆହତ

    15147
    Feb 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରେମିକାଙ୍କୁ ଗୁଳିକରି ଜୀନ ହାରିଲେ ଯୁବକ

    15035
    Feb 14, 2026
  • ଦେଶ-ଦେଶାନ୍ତର

    ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ନୂତନ ପରମ୍ପରା ଚଲାଉଛନ୍ତି: ଶାହ

    15561
    Feb 14, 2026
  • ବିଶେଷ

    ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15491
    Feb 14, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17338
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17406
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17751
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16226
    Apr 03, 2021

ବିଶେଷ

  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15491
    Feb 14, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15943
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    16332
    Feb 12, 2026
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    14079
    Feb 11, 2026
  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14724
    Feb 10, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14951
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14464
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16070
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15352
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମେଟ୍ରୋ ପିଲାର ଭାଙ୍ଗିଲା : ଜଣେ ମୃତ, ଦୁଇଜଣ ଆହତ

    15147
    Feb 14, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15491
    Feb 14, 2026
  • ରାହୁଲ ଗାନ୍ଧୀ ପ୍ରତିଦିନ ମିଛ କହିବାର ଏକ ନୂତନ ପରମ୍ପରା ଚଲାଉଛନ୍ତି: ଶାହ

    15561
    Feb 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In