ଏହି ଖାଦ୍ୟ ଖାଆନ୍ତୁ, ମିଳିବ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି

ଶୀତଦିନ ରେ ସାଧାରଣତଃ ବୟସ୍କ ଲୋକ,ମହିଳା ଓ ମଧ୍ୟ ବୟସ୍କ ଲୋକ ମାନେ ମଧ୍ୟ ଗଣ୍ଠି ଯନ୍ତ୍ରଣା ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏଭଳି ସମସ୍ୟାର ସାମ୍ନା ପାଇଁ ଡ଼ାକ୍ତରଙ୍କ ପରାମର୍ଶ ନେବା ସହିତ ଖାଦ୍ୟ ପେୟ ର ମଧ୍ୟ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଏମିତି କିଛି ଖାଦ୍ୟପେୟ ବିଷୟରେ ଜାଣିବା ଯାହା, ଏହି ସମସ୍ୟାକୁ କମ୍ କରିବାରେ ସାହାର୍ଯ୍ୟ କରିବ ।
- ପ୍ରତିଦିନ ସକାଳେ ଭିଜା ଆଲମଣ୍ଡ ଖାଇବା ଦ୍ୱାରା ଶୀତଦିନରେ ହେଉଥିବା ଗଣ୍ଠି ଯନ୍ତ୍ରଣାରୁ ଆସ୍ୱସ୍ତି ମିଳିଥାଏ । ଏହା ସହିତ ମାଛ ଏବଂ ଚିନା ବାଦାମ ମଧ୍ୟ ଖାଇପାରିବେ । ବୟସ୍କ ଲୋକ ଓ ମହିଳାମାନେ ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା, ଏହା ଏହି ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।
- ଏହି ସମସ୍ୟାର ସମାଧାନ ପାଇଁ ନିଜ ଡ଼ାଏଟରେ କ୍ଷୀରକୁ ସାମିଲ କରାନ୍ତୁ । କ୍ଷୀରରେ କ୍ୟାଲସିୟମ୍ ଭରପୁର ମାତ୍ରାରେ ରହିଥାଏ,ଯାହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ । ତେଣୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଉଷୁମ କ୍ଷୀର ପିଅନ୍ତୁ ।
- ଗଣ୍ଠି ଯନ୍ତ୍ରଣାର ସମସ୍ୟା କମ୍ କରିବା ପାଇଁ ବ୍ରକୋଲି ଓ ବାଦାମରୁ ପ୍ରସ୍ତୁତ ସୁପ୍ ପ୍ରତିଦିନ ସେବନ କରନ୍ତୁ ।
- ପ୍ରତିଦିନ ସକାଳେ ଭିଜା ହୋଇଥିବା ଅଖରୋଟ ଖାଇବା ଦ୍ୱାରା, ଏହା ଆଣ୍ଠୁ-ଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
Powered by Froala Editor