ସିଆର୍ପିଏଫ୍ ଯବାନଙ୍କ ଉପରେ ଗ୍ରେନେଡ୍ ଆକ୍ରମଣ: ୨ ଯବାନଙ୍କ ସହ ୪ ସାଧାରଣ ନାଗରିକ ଆହତ
ଜମ୍ମୁ-କଶ୍ମୀର ବାରାମୁଲ୍ଲାର ପଲ୍ହାଲନ ପଟ୍ଟନରେ ଆତଙ୍କବାଦୀମାନେ ସିଆର୍ପିଏଫ୍ ଯବାନଙ୍କ ଉପରକୁ ଗ୍ରେନେଡ୍ ଆକ୍ରମଣ କରିଛନ୍ତି। ଏହି ଦୁଇ ଯବାନଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ‘ସିଆର୍ପିଏଫ୍’ କର୍ମଚାରୀମାନଙ୍କ ଉପରକୁ ଆତଙ୍କବାଦୀମାନେ ଗୋଟାଏ ଗ୍ରେନେଡ୍ ଫିଙ୍ଗିଥିଲେ। ଫଳତଃ ‘ସିଆର୍ପିଏଫ୍’ର ୨ଜଣ କର୍ମଚାରୀ ଏବଂ ୪ଜଣ ସାଧାରଣ ନାଗରିକ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଏହାପୂର୍ବରୁ ଜମ୍ମୁ କଶ୍ମୀରର ଉରି ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାବାହିନୀ ବିଫଳ କରିଥିଲା। ସୈନିକମାନେ ଏହି ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପର ଦେଖିଥିଲେ। ଏହା ପରେ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ବିନିମୟ ହୋଇଥିଲା।
Powered by Froala Editor