ସ୍ପିରିଟ୍ରେ ଦୀପିକାଙ୍କ ସ୍ଥାନରେ ନଜର ଆସିବେ କ୍ୟାଟ୍ରିନା
ପ୍ରଭାସଙ୍କ ଅପ୍କମିଙ୍ଗ ଫିଲ୍ମ ‘ସ୍ପିରିଟ୍’ରେ କ୍ୟାଟ୍ରିନା କୈଫ ଏଣ୍ଟ୍ରି କରିପାରନ୍ତି । ଚର୍ଚ୍ଚା ହେଉଛି ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲାଗି କ୍ୟାଟ୍ରିନାଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି । ଏହି ଚରିତ୍ର ପରଦାକୁ କମ୍ ସମୟ ପାଇଁ ଆସିବ, କିନ୍ତୁ କାହାଣୀରେ ଏହାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବ । ସିନେ ଇଣ୍ଡଷ୍ଟ୍ରିରେ ଏହି ଛୋଟ ଭୂମିକା ଫିଲ୍ମର ସବୁଠୁ ଚର୍ଚ୍ଚାର ବିଷୟ ହେବ । ତେବେ ନିର୍ମାତା କିମ୍ବା କ୍ୟାଟ୍ରିନା କେହି ଏ ବିଷୟରେ ସ୍ପଷ୍ଟ କରିନାହାନ୍ତି ।
କ୍ୟାଟ୍ରିନା ଯଦି ଫିଲ୍ମରେ ସାମିଲ ହୁଅନ୍ତି, ଏହା ଜରିଆରେ ପ୍ରାୟ ୨ ଦଶନ୍ଧି ପରେ ସେ ତେଲୁଗୁ ସିନେମାକୁ ଫେରିବେ । ଭେଙ୍କଟେଶଙ୍କ ସହ ‘ମଲ୍ଲିଶ୍ୱରୀ’ ଓ ନନ୍ଦମୁରୀ ବାଲାକ୍ରୀଷ୍ଣଙ୍କ ସହ ‘ଅଲ୍ଲାରି ପିଡୁଗୁ’ରେ ତାଙ୍କୁ ତେଲୁଗୁ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଥିଲା ।
ଏହା ପୂର୍ବରୁ ‘ସ୍ପିରିଟ୍’ରେ ମୁଖ୍ୟ ନାୟିକା ଭୂମିକା ପାଇଁ ଦୀପିକା ପାଦୁକୋନଙ୍କୁ ସାଇନ୍ କରାଯାଇଥିଲା । ଦୀପିକା ଓ ପ୍ରଭାସ ପୂର୍ବରୁ ‘କଲ୍କି ୨୮୯୮ ଏଡି’ରେ ଏକାଠି କାମ କରିଥିଲେ । କିନ୍ତୁ ଫିଲ୍ମରୁ ଦୀପିକା ଓହରିଯିବା ପରଠୁ ତାଙ୍କ ସ୍ଥାନରେ କାହାକୁ କାଷ୍ଟ କରାଯିବ, ସେ ନେଇ ଚର୍ଚ୍ଚା ଚାଲିଛି ।
Powered by Froala Editor