୪ ଲକ୍ଷ ଟଙ୍କାର ଗହଣା ନେଇଗଲା କୁକୁର
ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲା ହସ୍ପିଟାଲର ସର୍ଜିକାଲ ୱାର୍ଡରୁ ଗାଏବ ହୋଇଗଲା ଗହଣା ବ୍ୟାଗ୍। ୪ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଚୋରି। CCTV ଯାଞ୍ଚ ପରେ କାବା ହେଲା ପୋଲିସ। ଭାଇରାଲ ହେଉଥିବା ସିସିଟିଭି ଫୁଟେଜରେ କିଭଳି ଗୋଟିଏ ଭ୍ୟାନିଟି ବ୍ୟାଗକୁ କୁକୁରଟି ପାଟିରେ କାମୁଡ଼ି ନେଇଯାଉଛି। ଯାହାକି ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ତଦନ୍ତକାରୀମାନେ ହସ୍ପିଟାଲର CCTV ଫୁଟେଜ୍ ଯାଞ୍ଚ କରିବା ବେଳେ ଦେଖିଲେ, ଭୋର ପ୍ରାୟ ୪ଟା ସମୟରେ ଏକ କୁକୁର ସର୍ଜିକାଲ ୱାର୍ଡରେ ପଶି ବ୍ୟାଗଟିକୁ କାମୁଡ଼ି ନେଇଯାଉଛି। ପରେ ଅନ୍ୟ କ୍ୟାମେରାର ଫୁଟେଜ୍ ଆଧାରରେ କୁକୁରର ଗତିବିଧି ଟ୍ରାକ୍ କରି ପୋଲିସ ହସ୍ପିଟାଲ ପରିସରର ଏକ ଖୋଲା ସ୍ଥାନରୁ ବ୍ୟାଗଟି ଉଦ୍ଧାର କରିଥିଲା।
କୟାମପୁରର ଲତାବାଇ ବାଲ୍ମିକି ତାଙ୍କ ପୁଅଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିଲେ। ସାଙ୍ଗରେ ଥିବା ବ୍ୟାଗରେ ସୁନା-ରୂପା ଅଳଙ୍କାର ସହ ପ୍ରାୟ ୨ ହଜାର ଟଙ୍କା ନଗଦ ଥିଲା। ରାତି ପ୍ରାୟ ୧ଟାରୁ ସକାଳ ୬ଟା ମଧ୍ୟରେ ବ୍ୟାଗଟି ଗାଏବ ହୋଇଥିବା ଜଣାପଡ଼ିବା ପରେ ଲତାବାଇ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ କହିଛି, ବ୍ୟାଗ ଭିତରେ ବିସ୍କୁଟ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଥିବାରୁ ତାହାର ଗନ୍ଧରେ କୁକୁର ବ୍ୟାଗଟିକୁ ନେଇ ଯାଇଥାଇପାରେ।
Powered by Froala Editor