ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook
ରାତି ୧୨ରୁ ସକାଳ ୬… ପାଖାପାଖି ଛଅ ଘଣ୍ଟା ବନ୍ଦ ରହିବ ଇନଷ୍ଟା ଓ ଫେସବୁକ୍। Meta ଉପରେ ପିଲା ଓ କିଶୋରମାନଙ୍କୁ ସୋସିଆଲ ମିଡିଆର ଅଭ୍ୟାସରେ ପକାଇବା ଅଭିଯୋଗ ଲାଗିଛି। ଆମେରିକାରେ ଚାଲିଥିବା ଏକ ବଡ଼ ଆଇନଗତ ମାମଲାକୁ ଶେଷ କରିବା ପାଇଁ କମ୍ପାନୀ ପ୍ରାୟ ୧୭ ବିଲିୟନ ଡଲାର (ପ୍ରାୟ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ) ପରିଶୋଧ କରିବାକୁ ସମ୍ମତି ପ୍ରକାଶ କରିଛି। ଏହାସହ ଶିଶୁଙ୍କ ସୁରକ୍ଷା ପାଇଁ ଆପଗୁଡ଼ିକରେ କେତେକ ବଡ଼ ଧରଣର ପରିବର୍ତ୍ତନ କରିବାକୁ ରାଜି ହୋଇଛି। ତେବେ ଏହି ବୁଝାମଣାରେ ମେଟା ନିଜର କୌଣସି ଭୁଲ ସ୍ବୀକାର କରିନାହିଁ। ଏହି ବୁଝାମଣା ଅନୁସାରେ କମ୍ପାନୀ ପ୍ରାୟ ୧୭ ବିଲିୟନ ଡଲାର ପର୍ଯ୍ୟନ୍ତ ଦେବା ସହ Facebook ଓ Instagramରେ ଶିଶୁମାନଙ୍କ ପାଇଁ ଅନେକ ନୂଆ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବ।
ଏଥିରେ Facebook ଓ Instagramକୁ ମିଶାଇ ଦିନକୁ ୨ ଘଣ୍ଟାର ଡିଫଲ୍ଟ ସୀମା ଏବଂ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆପ୍ ବ୍ୟବହାର ଉପରେ ରୋକ ରହିବ। ତେବେ ଏହି ଡିଲରେ Meta ନିଜର କୌଣସି ଭୁଲ୍ ସ୍ୱୀକାର କରିନାହିଁ।
ରାଜ୍ୟଗୁଡ଼ିକର ଅଭିଯୋଗ ଥିଲା ଯେ ଏହା ପିଲାଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଏହା ସହ ଏହି ବିପଦ ସମ୍ପର୍କରେ ବ୍ୟବହାରକାରୀ ଓ ଅଭିଭାବକଙ୍କୁ କମ୍ପାନୀ ଭ୍ରମିତ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଅଗଷ୍ଟ ୨୦୨୬ରେ କାଲିଫର୍ଣ୍ଣିଆର ଏକ ଫେଡେରାଲ୍ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।
Powered by Froala Editor