ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ
ତେଲେଙ୍ଗାନା: କଣ୍ଟେନର ଟ୍ରକ୍କୁ ପଛରୁ ଧକ୍କା ଦେଲା ଯାତ୍ରୀବାନୀ ଘରୋଇ ବସ୍ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 20 ଜଣ ଆହତ ହୋଇଛନ୍ତି । ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାର କୋଡାଡ ମଣ୍ଡଳର ଦୋରାକୁଣ୍ଟା ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ଘରୋଇ ବସ୍ଟି ତେଲେଙ୍ଗାନାରୁ ଆନ୍ଧ୍ରପ୍ରଦେଶର ଏଲୁରୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।
ବସ୍ରେ ଥିବା ଯାତ୍ରୀମାନଙ୍କ କହିବା ଅନୁସାରେ, ଘରୋଇ ବସ୍ଟି ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ଏଲୁରୁ ଅଭିମୁଖେ ଯାଉଥିଲା । ବସ୍ରେ ପାଖାପାଖି 42 ଜଣ ଯାତ୍ରୀ ଥିଲେ । ଭୋର ପାଖାପାଖି 4.30ରୁ 5ଟା ମଧ୍ୟରେ କୋଡାଡ ମଣ୍ଡଳର ଦୋରାକୁଣ୍ଟା ନିକଟରେ ଘରୋଇ ବସ୍ଟି କଣ୍ଟେନର ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ 6 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 5 ଜଣ ମହିଳା ଥିବା ଜଣାପଡ଼ିଛି ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂର୍ଯ୍ୟାପେଟ୍ ଏସ୍ପି ନରସିଂହା ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । p>
Powered by Froala Editor