ଯୁବଗୋଷ୍ଠୀଙ୍କୁ ଭ୍ରମରୁ ବାହାର କରିବା ପାଇଁ ଭଲ ପାଇବା, ସମୟ ଦେବାର ଆବଶ୍ୟକତା ରହିଛି
ଦିଲ୍ଲୀରେ 'ବିଶ୍ୱ ମାଙ୍ଗଲ୍ୟ ସଭା' କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ (ଆରଏସଏସ୍) ମୁଖ୍ୟ ମୋହନ ଭାଗବତ୍ ପରିବାର, ସଂସ୍କାର ଏବଂ ନୂଆ ପିଢିକୁ ନେଇ ନିଜର ବିଚାର ଉପସ୍ଥାପନ କରିଛନ୍ତି । 'ଆଜିର ଯୁବପିଢି ବିଭିନ୍ନ ପ୍ରସଙ୍ଗରେ ଅନେକ ପ୍ରଶ୍ନ କରୁଛନ୍ତି । ସେମାନଙ୍କ ପ୍ରତି କଥା ପଛରେ ଥିବା ତର୍କକୁ ବୁଝାଇବା ଉଚିତ୍ । ଆଲୋଚନା ଜରିଆରେ ହିଁ ନୂଆପିଢିଙ୍କୁ ଠିକ୍ ରାସ୍ତା ଦେଖାଇ ହେବ ବୋଲି କହିଛନ୍ତି ।'
ଭାଗବତ୍ କହିଛନ୍ତି ଯେ , '' ଆଜିର ପିଢି ଗୁରୁଜନଙ୍କ ବ୍ୟବହାରକୁ ଅତି ନିକଟରୁ ପରଖୁଛନ୍ତି । ଏଭଳିସ୍ଥିତିରେ ଯଦି ସମାଜରେ ଲୋକମାନେ ନିଜର କାମ ଦ୍ୱାରା ଭଲ ଏବଂ ପ୍ରମାଣିକ ଉଦାହରଣ ଉପସ୍ଥାପନ କରିବେ, ତେବେ ତାର ପ୍ରଭାବ ନୂଆ ପିଢି ଉପରେ ନିଶ୍ଚିତ ଭାବେ ପଡିବ । ନୂଆପିଢିଙ୍କୁ ଯେଉଁଠି ଭଲ ଏବଂ ବାସ୍ତବ ଉଦାହରଣ ମିଳେ ସେଠାରେ ସେମାନେ ସମାଜ ଲାଗି ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରିଦେଇଥାନ୍ତି । ''
ସେହିପରି ଆଜିକାଲିର ଇଣ୍ଟରନେଟ୍ ପ୍ରଚାର ମାଧ୍ୟମ ଦ୍ୱାରା ଅନେକ ଭାବେ ପ୍ରଭାବିତ । ଏଭଳି ସ୍ଥିତିରେ ଯୁବଗୋଷ୍ଠୀଙ୍କୁ ଭ୍ରମ ଏବଂ ଦ୍ବନ୍ଦରୁ ବାହାର କରିବା ପାଇଁ ପ୍ରଚୁର ଭଲ ପାଇବା, ସମୟ ଦେବାର ଆବଶ୍ୟକତା ରହିଛି । ସେମାନଙ୍କୁ କେବଳ ଆଦେଶ ଦେଲେ ହେବନାହିଁ । ସେମାନଙ୍କ କଥା ଶୁଣିବାକୁ ପଡିବ ଯେପରିକି ସେମାନେ ଖୋଲାଖୋଲି ଭାବେ ନିଜର ମତ ଉପସ୍ଥାପନ କରିପାରିବେ । ''
Powered by Froala Editor