କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ହତ୍ୟା
ଟିଏମ୍ସି ପରେ ପଶ୍ଚିମବଙ୍ଗର ଟାଣୁଆ କଂଗ୍ରେସ ନେତା ଅନୀସୁର ରହମାନ ଓ ତାଙ୍କ ପୁଅ ଅବୁ ସୁଫିୟାନଙ୍କୁ ମର୍ଡର କରାଯାଇଛି। ଉଭୟଙ୍କୁ ଅତି ବୀଭତ୍ସ ଭାବେ ଗୁଳି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘରୁକୁ ଫେରୁଥିବା ବେଳେ ନାଦିଆ କଂଗ୍ରେସ ନେତା ଅନୀସୁର ରହମାନଙ୍କ କାରକୁ ଅଟକାଇ ବନ୍ଧୁକ ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଏଥିରେ ତାଙ୍କ ପୁଅର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଅନୀସୁର ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ ଥିବା ବେଳେ ନଦିଆ ଜିଲ୍ଲା କଂଗ୍ରେସ କମିଟିର ମହାସଚିବ ଅଛନ୍ତି। ସେ ହେଉଛନ୍ତି ନକାଶୀପାଡ଼ା ଅଞ୍ଚଳର ଜଣେ ପରିଚିତ କଂଗ୍ରେସ ନେତା। ଅନୀସୁର ଓ ତାଙ୍କ ପୁଅ ଅବୁ ସୁଫିୟାନ କାରରେ ଘରକୁ ଫେରୁଥିଲେ। ତେବେ ରେଲଗେଟ୍ ସାମ୍ନାରେ ଅର୍ଥାତ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁର୍ବୃତ୍ତମାନେ ତାଙ୍କ କାରକୁ ପ୍ରଥମେ ଅଟକାଇଥିଲେ। ତା’ପରେ ବାପ-ପୁଅଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ନାକାଶିପାର ପୁଲିସ ଷ୍ଟେସନର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିଏ କାହିଁକି ତାଙ୍କୁ ହତ୍ୟା କଲା ତାର କାରଣ ଖୋଜା ଚାଲିଛି । ହତ୍ୟା ପଛର ଉଦ୍ଦେଶ୍ୟର ପର୍ଦ୍ଦାଫାସ୍ ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ପଛରେ କିଏ ଥିଲା, ହତ୍ୟା ପଛରେ କଣ ଉଦ୍ଦେଶ୍ୟ ଥିଲା ଏବଂ ଆଉ କିଏ ଏଥିରେ ସମ୍ପୃକ୍ତ ଥାଇପାରେ ସେ ଦିଗରେ ତଦନ୍ତ ଚାଲିଛି।
Powered by Froala Editor