ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ
ବ୍ରସେଲ୍ସ : ଜଣେ ୧୮ ବର୍ଷୀୟ ନିର୍ମାଣ ଶ୍ରମିକ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଛନ୍ତି। ଏକ ସ୍ବେରେଜ ଖୋଳିବା ସମୟରେ ସୁନା ଖଣ୍ଡ ଓ ବିପୁଳ ପୁରୁଣା ସୁନା ମୁଦ୍ରା ଥିବା ବ୍ୟାଗ ପାଇଛନ୍ତି। ଏହାର ମୂଲ୍ୟ ପ୍ରାୟ ୯ ନିୟୁତ ୟୁରୋ ତଥା ୯୮କୋଟି ଟଙ୍କା ହେବ। ବେଲଜିୟମରେ ଏଭଳି ହୋଇଛି। ୧୮ ବର୍ଷୀୟ ଶ୍ରମିକ ତଥା ଛାତ୍ରା କୋବେ ଗତ ମଙ୍ଗଳବାର ଏହାର ସନ୍ଧାନ କରିଥିଲେ। ସେ କହିଥିଲେ ଯେ ହଠାତ୍ ସେଠାରେ କିଛି ପଡ଼ିଥିବା ଦେଖିଥିଲି। ପ୍ରଥମେ ଏହା ଗୋଟିଏ ୟୁରୋ ହେବ ବୋଲି ଭାବିଥିଲି। ମାତ୍ର ସେଠାକୁ ଯିବା ପରେ ଆମ ଧାରଣା ବଦଳି ଗଲା। ଆଗ ଗୋଟିଏ ସୁନା ଖଣ୍ଡ ଦେଖାଗଲା। ପରେ ସେଥିରୁ ସ୍ବର୍ଣ୍ଣ ମୁଦ୍ରା, ଅନ୍ୟ ସୁନା ଖଣ୍ଡ ମିଳିଥିଲା। ଏହାକୁ ଦେଖିବା ମାତ୍ରେ ଆଖି ଖୋସି ହୋଇ ଯାଇଥିଲା। ଏ ସବୁକୁ ୧୯ ଶତାବ୍ଦୀର ଶେଷ ଭାଗରେ ଥିଓଫିଲସ୍ ଭାନ୍ ଆସ୍ଚେଙ୍କ ପାଇଁ ନିର୍ମିତ ଏକ କୋଠା ତଳେ କାନ୍ଥ ଭିତରେ ଥିବା ଏକ ବ୍ୟାଗରେ ଲୁଚାଇ ରଖା ଯାଇଥିଲା ବୋଲି କୁହାଯାଉଛି। ପୁଲିସ ଏହାର ତଦନ୍ତ କରୁଛି।
Powered by Froala Editor