ଧାରୁଆ ଅସ୍ତ୍ରରେ ନେତାଙ୍କୁ ହତ୍ୟା
ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। କନ୍ନନ ନିକଟରେ ଶାସକ TVK ପାର୍ଟିରେ ଯୋଗ ଦେଇଥିଲେ। ଶନିବାର ରାତିରେ ବନ୍ନନଦୁରାଇ ଅଞ୍ଚଳରେ ତାଙ୍କୁ ୬ ଜଣଙ୍କ ଏକ ଗ୍ୟାଙ୍ଗ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ପାଇ ଶାସ୍ତ୍ରୀ ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାକୁ ନେଇ ମାମଲା ରୁଜୁ ହୋଇଥିବା ବେଳେ ହତ୍ୟାକାରୀଙ୍କୁ ଧରିବା ପାଇଁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ବର୍ତ୍ତମାନ ୫ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ପଚରାଉଚରା କରୁଛି। CCTV ଫୁଟେଜ୍ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।
ପୋଲିସ ସୂଚନା ଅନୁସାରେ, କନ୍ନନ ଘରୁ ବାହାରି ରାମାସ୍ୱାମୀ ଆଭେନ୍ୟୁରେ ଥିବା ନିଜ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ତାଙ୍କୁ ଏକାଧିକ ଥର ଆକ୍ରମଣ କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କନ୍ନନଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସେଠାରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି।
ପୋଲିସର ସୂଚନା ଅନୁସାରେ, ମୃତକ କନ୍ନନଙ୍କର ମଧ୍ୟ ଅପରାଧିକ ପୃଷ୍ଠଭୂମି ଥିଲା। ପ୍ରାୟ ୮ ବର୍ଷ ପୂର୍ବେ ସେହି ଅଞ୍ଚଳର ଶିବା ଓ ଭେଲୁଙ୍କ ହତ୍ୟା ମାମଲାରେ କନ୍ନନଙ୍କ ନାମ ଥିଲା।
Powered by Froala Editor