ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ମିଳିଲା ବିଦେଶ ଚାକିରି ଅଫର୍
ମଧ୍ୟପ୍ରଦେଶର ୨୦ ବର୍ଷୀୟ ଜଣେ ଯୁବକ ଏଭଳି କାମ କରିଛନ୍ତି, ଯାହାଙ୍କୁ ନେଇ ବିଦେଶରେ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ‘ବିଟ୍ଟୁ ତବାହୀ’ ନାମରେ ଲୋକପ୍ରିୟ ସୁରେନ୍ଦ୍ର ସିଂହ ଚୌଧରୀ ଆବର୍ଜନାପୂର୍ଣ୍ଣ ଅଜନାର ନଦୀର ସଫେଇ ଦାୟିତ୍ୱ ହାତକୁ ନେଇଥିଲେ । ଏକାକୀ ନଦୀରୁ ଆବର୍ଜନା ସଫା କଲେ ଏବଂ ଏହି ଅଭିଯାନକୁ ଶେଷ ଯାଏ ଜାରି ରଖିଲେ । ତାଙ୍କ ପରିଶ୍ରମର ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ବିଦେଶରୁ ଚାକିରି ଅଫର୍ ମିଳିଛି । ଯୁବକଙ୍କର ପ୍ରୟାସ ଡଚ୍ ସିଇଓ ବୋୟାନ ସ୍ଲାଟଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ଲାଟ୍ ଯୁବକଙ୍କୁ ତାଙ୍କ ସଂଗଠନ, ‘ଦି ଓସେନ୍ କ୍ଲିନଅପ୍’ ସହିତ କାମ କରିବାକୁ ନିମନ୍ତ୍ରଣ କରିଛନ୍ତି।
ସୁରେନ୍ଦ୍ର ସିଂହ ଚୌଧୁରୀ ନାମକ ଏହି ଯୁବକ ଜଣକ ଅନଲାଇନରେ ବିଟ୍ଟୁ ତବାହି ନାମରେ ପରିଚିତ। ସୁରେନ୍ଦ୍ର ଅଜନାର୍ ନଦୀରୁ ପ୍ଲାଷ୍ଟିକ୍, ପରିତ୍ୟକ୍ତ ଅଳିଆ ବାହାର କରିବା ସହିତ ଆଖପାଖର ସାର୍ବଜନୀନ ସ୍ଥାନଗୁଡ଼ିକୁ ସଫା କରୁଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସୁରେନ୍ଦ୍ର ଅଜନାର୍ ନଦୀର ସଫେଇ ପୂର୍ବର ଫଟୋ ଓ ପରବର୍ତ୍ତୀ ଫଟୋ ସେୟାର କରିଥିଲେ। ସୁରେନ୍ଦ୍ରଙ୍କ କାର୍ଯ୍ୟ ସ୍ଲାଟ୍ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଏହା ଦେଖି ଅନେକ ଆଶ୍ଚର୍ଯ୍ୟଚକିତ ହେଲେ । କିଛି ଲୋକ ତାଙ୍କୁ ଥଟ୍ଟା କଲେ, କିନ୍ତୁ ସୁରେନ୍ଦ୍ର ପଛକୁ ହଟିଲେ ନାହିଁ । ନଦୀ ସଫେଇର ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କଲେ । ନଦୀର ପୂର୍ବ-ପର ଫଟୋ ବି ପୋଷ୍ଟ କଲେ ।
ବିଟ୍ଟୁଙ୍କ ପରିଶ୍ରମର ଫଳ ଦେଖି ଲୋକେ ଖୁବ୍ ପ୍ରଶଂସା କଲେ । ତାଙ୍କ ପରିଶ୍ରମର ଚର୍ଚ୍ଚା ବିଦେଶରେ ପହଞ୍ଚିଲା । ତାଙ୍କ କାହାଣୀ ନେଦରଲାଣ୍ଡର ସଂସ୍ଥା ‘ଦ ଓସନ୍ କ୍ଲିନ୍ଅପ୍’ର ସଂସ୍ଥାପକ ଓ ସିଇଓ ବୋୟନ ସ୍ଲଟ୍ଙ୍କ ପାଖରେ ପହଞ୍ଚିଲା । ସୁରେନ୍ଦ୍ରଙ୍କ ନଦୀ ସଫେଇ ଭିଡିଓ ଦେଖିବା ପରେ ବୋୟନ ସୋସିଆଲ ମିଡିଆରେ ତାଙ୍କୁ ନିଯୁକ୍ତି ଅଫର୍ ଦେଇ ଲେଖିଲେ- କମ୍ ୱର୍କ ଫର୍ ଅସ୍ । ଅର୍ଥାତ୍ ‘ଆମ ସହିତ କାମ କର ।’ ଏହି ସଂସ୍ଥା ସମଗ୍ର ବିଶ୍ୱର ସମୁଦ୍ର ଓ ନଦୀରୁ ପ୍ଲାଷ୍ଟିକ୍ ପ୍ରଦୂଷଣ ହଟାଇବା କାମ କରେ ।
Powered by Froala Editor