ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ
ଜଣେ ବସ୍ ଚାଳକଙ୍କ ଅବସର ନେବାର ଦୃଶ୍ୟ ଏବେ ସମସ୍ତଙ୍କ ହୃଦୟ ଛୁଇଁଛି। ଚାକିରିର ଶେଷ ଦିନ ସେହି ବସ୍ କୁ ଭାବବିହ୍ୱଳ ହୋଇ ବିଦାୟ ଦେଇଛନ୍ତି କେରଳ ରାଜ୍ୟ ସଡ଼କ ପରିବହନ ନିଗମ (କେଏସ୍ଆର୍ଟିସି)ର ଚାଳକ ପଲ୍ କୁରିଅନ୍। ଇଡୁକ୍କି ଜିଲ୍ଲାର କଟ୍ଟପ୍ପନ୍ ଅଞ୍ଚଳର ବାସିନ୍ଦା ପଲ୍ କୁରିଅନ୍ ଦୀର୍ଘ ବର୍ଷ ଧରି କେଏସ୍ଆର୍ଟିସିରେ ଚାଳକ ଭାବେ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି। ତାଙ୍କ ଚାକିରି ଜୀବନର ଅସଂଖ୍ୟ ଯାତ୍ରାର ସାକ୍ଷୀ ଥିବା ବସ୍ଟି ନିଜ ଜୀବନର ଏକ ବଡ଼ ଅଂଶ ଯେଉଁ ବସ୍ ସହ ବିତାଇଥିଲେ ।
ଚାକିରିର ଶେଷ ଦିନ ଶେଷଥର ପାଇଁ ଚାଳକ ସିଟ୍ରେ ବସିବା ପୂର୍ବରୁ ପଲ୍ ଯେଉଁ ଭାବେ ବସ୍କୁ ବିଦାୟ ଦେଲେ, ତାହା ଦେଖି ଉପସ୍ଥିତ ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେ। ଏବେ ସୋସିଆଲ୍ ମିଡିଆରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଚାଳକ ଓ ତାଙ୍କ ବସ୍ ମଧ୍ୟରେ ଥିବା ଏହି ଭାବନାତ୍ମକ ସମ୍ପର୍କ ଦେଖି ଅନେକେ ଭାବବିହ୍ୱଳ ହୋଇପଡ଼ିଛନ୍ତି।
ପଲ୍ ବସ୍ରୁ ଓହ୍ଲାଇ ଆଗପଟକୁ ଯାଇ ତାହାକୁ କୁଣ୍ଢାଇ ଧରିବା ସହ ଚୁମ୍ବନ ଦେଇଥିଲେ। ଏହାପରେ ସେ ବସ୍ର ଆଗ ଅଂଶ ଓ ଟାୟାରକୁ ସ୍ନେହରେ ଆଉଁସିଥିଲେ। ଶେଷରେ ବସ୍ ସମ୍ମୁଖରେ ମୁଣ୍ଡ ନୁଆଁଇ ସମ୍ମାନ ଜଣାଇଥିଲେ।
ଯେଉଁ ବସ୍ ତାଙ୍କୁ ବର୍ଷ ବର୍ଷ ଧରି ଅସଂଖ୍ୟ ଯାତ୍ରାରେ ସାଥୀ ହୋଇଛି ଏବଂ ତାଙ୍କ ପରିବାରର ଜୀବିକାର ମାଧ୍ୟମ ପାଲଟିଛି, ତାହା ପ୍ରତି ପଲ୍ଙ୍କ ଏହି ଭଲପାଇବା
Powered by Froala Editor