ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ଡିଜିପି ନିଯୁକ୍ତି ସଂକ୍ରାନ୍ତ ମାମଲାର ଶୁଣାଣି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ସଂକ୍ରାନ୍ତ ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚିଛି। ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ସୁଶାନ୍ତ ନାଥଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ଏକ ପିଟିସନ୍ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ, ମାମଲାରେ ନିଯୁକ୍ତ ଆମିକସ୍ କ୍ୟୁରି ଆଜି ଆଉ ଏକ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଏହି ରିପୋର୍ଟକୁ ପଢ଼ିବା ଓ ଅଧ୍ୟୟନ କରିବା ପାଇଁ ସଲିସିଟର ଜେନେରାଲ ସମୟ ମାଗିଥିଲେ। ଫଳରେ ମାମଲାର ଶୁଣାଣି ଆଜି ଆଗକୁ ବଢ଼ିପାରିନଥିବା ବେଳେ, ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୧୬ ତାରିଖ ଧାର୍ଯ୍ୟ କରିଛନ୍ତି।
Powered by Froala Editor