ଏବେ ବିମାନରେ ଖାଦ୍ୟ ଖାଇପାରିବେ ଯାତ୍ରୀ, ମିଳିବ ପଠନ ସାମଗ୍ରୀ
କରୋନା ପାଇଁ ଲାଗିଥିବା କଟକଣା ଗୋଟିଏ ପରେ ଗୋଟିଏ ହଟୁଛି । ସଂକ୍ରମଣ ସ୍ତରକୁ ଦେଖି କଟକଣା ହଟାଯାଉଛି । ଏବେ ବିମାନରେ ଯାତ୍ରୀ ଖାଦ୍ୟ ଖାଇପାରିବେ ବୋଲି ଘୋଷଣା କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ମଙ୍ଗଳବାର ସମସ୍ତ ବିମାନରେ ଖାଦ୍ୟ ପରିବେଷଣ କରିବାକୁ ଅନୁମତି ଦିଆଯାଇଛି । ସେହିପରି ସମସ୍ତ ବିମାନରେ ପତ୍ରିକା ଏବଂ ଅନ୍ୟାନ୍ୟ ପଠନ ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ। ଉଭୟ ଘରୋଇ ଏବଂ ଅନ୍ତର୍ଜାତିକ ବିମାନରେ ଖାଦ୍ୟ , ମେଗାଜିନ୍ ଏବଂ ଅନ୍ୟାନ୍ୟ ପଠନ ସାମଗ୍ରୀ ଉପଲବ୍ଧ ହେବ।
କରୋନା ଯୋଗୁଁ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଏପ୍ରିଲରେ ବିମାନରେ ଖାଦ୍ୟ ପରିବେଷଣ ସେବାକୁ ବନ୍ଦ କରାଯାଇଥିଲା । କରୋନା ସଂକ୍ରମଣ କମୁଥିବାରୁ ପୂର୍ବରୁ ଯାତ୍ରୀବାହି ବିମାନ ୧୦୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡ଼ିପାରିବ ବୋଲି କୁହାଯାଇଥିଲା। ଏବେ ଖାଦ୍ୟ ପରିବେଷଣ କରିହେବ ବୋଲି ଅନୁମତି ମିଳିଛି ।
Powered by Froala Editor