ମମିତା ମେହେର ହତ୍ୟାକାଣ୍ଡ ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର ସଦସ୍ୟ

ବଲାଙ୍ଗୀର: ବଲାଙ୍ଗୀର ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୁଣି ନୂଆ ମୋଡ। ନ୍ୟାୟ ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ ଶେଷ କରିବାକୁ ମମିତାଙ୍କ ପରିବାର ହାଇକୋର୍ଟରେ ଆବେଦନ କରିଛନ୍ତି ।
ଯେଉଁଥିରେ ପରିବାର ଲୋକେ ନ୍ୟାୟ ପାଇଁ ଓଡିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ ଗତ ୧୫ ତାରିଖରେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେର ହାଇକୋର୍ଟରେ ମାମଲା ଦାଏର କରିଥିବା ଜଣାପଡିଛି ।ମାମଲାରେ ପରିବାର ଗୃହ ସଚିବ, ପୋଲିସ ଡିଜି ଉତ୍ତରାଞ୍ଚଳ ଡିଆଇଜି, ବଲାଙ୍ଗୀର ଜିଲ୍ଲାପାଳ, ବଲାଙ୍ଗୀର ଏସପି ଓ ବଲାଙ୍ଗୀର ସିନ୍ଧେକେଲା ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି ।
ତେବେ କିଛି ଦିନ ତଳେ ପରିବାର ପୋଲିସ ତଦନ୍ତରେ ସନ୍ତୁଷ୍ଟ ଥିବା ସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଥିବା କହୁଥିବା ବେଳେ, ପୁଣି କଣ ଆବଶ୍ୟକତା ପଡିଲା ଓ କଣ ପରିବାର ଅନୁଭବ କଲେ ଯେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ତାହା ଏବେ ଅସ୍ପଷ୍ଟ ।ଚଷକ୍ଟଗ୍ଧକ୍ଟମମିତା ମେହେର ହତ୍ୟାକାଣ୍ଡ; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପରିବାରଅନ୍ୟପଟେ ହାଇକୋର୍ଟ ଯିବା ଓ ବର୍ତ୍ତମାନର ତଦନ୍ତ ପ୍ରକ୍ରିୟାକୁ ନେଇ ପରିବାର ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । ଏପରି ସ୍ଥଳେ ତଦନ୍ତ କେଉଁ ଆଡକୁ ଯାଉଛି, କେବେ ପରିବାରକୁ ନ୍ୟାୟ ମିଳୁଛି ଓ କୋର୍ଟ କଣ ନିର୍ଦ୍ଦେଶ ଦେଉଛନ୍ତି ତାହାରି ଉପରେ ନଜର ।
Powered by Froala Editor