ଆଜି ଦେଶରେ ୧୦ହଜାର ୧୯୭ କରୋନା ପଜିଟିଭ
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କରୋନାରୁ କିଭଳି ଭାବେ ମୁକ୍ତି ମିଳିବ, ଏଥିପାଇଁ ସାରା ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତେବେ ଗତ ୨୪ ଘଣ୍ଟାରେ ଦେଶରେ ୧୦ହଜାର ୧୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶରେ ଆଜି ୩୦୧ କରୋନା ଆକ୍ରାନ୍ତଙ୍କ ମତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୬୪ ହଜାର ୧୩୫କୁ ବୃଦ୍ଧି ପାଇଛି ।
ଏହାସହିତ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ରହିଛି ୧ଳକ୍ଷ ୨୮ହଜାର ୫୫୫ ଓ କରୋନାରୁ ସୁସ୍ଥ ହେଲେଣି ୩କୋଟି ୩୮ଲକ୍ଷ ୭୩ହଜାର ୮୯୦ ।
Powered by Froala Editor