ଠାବ ହେଲା ନୂଆ ଭାଇରସ, ଜାଣନ୍ତୁ କେଉଁଠି ?
ଚୀନ୍: ଏବେ ନୂଆ ବିପଦ ଚାଇନା ଓ୍ବେଟମାର୍କେଟରୁ ଅନ୍ତର୍ଜାତୀୟ ଏକ ବୈଜ୍ଞାନିକ ଟିମ୍ ସ୍ତନ୍ୟପାୟୀ ଜୀବଙ୍କଠାରୁ ସୃଷ୍ଟ ୧୮ ନୂଆ ଭାଇରସ୍ ଠାବ କରିଛନ୍ତି। ଗୃହପାଳିତ ପ୍ରାଣୀ ଏବଂ ମଣିଷଙ୍କ ପାଇଁ ଏହି ଭୂତାଣୁ ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଉହାନର ସି ଫୁଡ୍ ମାର୍କେଟ ସହ କରୋନା ଭୂତାଣୁର ଲିଙ୍କ୍ ରହିଛି। ଏଠାରୁ ହିଁ ପ୍ରଥମ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ଏହି ଭୂତାଣୁଗୁଡ଼ିକର ସିକ୍ୱେନ୍ସ ସାସ-କୋଭ୍-୨ କିମ୍ବା ସାର୍ସ-କୋଭ ଭାଇରସ୍ଠାରୁ ଅଲଗା ବୋଲି ଜଣାପଡ଼ିଛି।
Powered by Froala Editor