ନିଜ ପ୍ରସବ ବେଳେ ଚାଲିଗଲା ନର୍ସଙ୍କ ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ପାଖାପାଖି ପାଞ୍ଚ ହଜାର ପ୍ରସୂତିଙ୍କ ପ୍ରସବ କରାଇଥିବା ସରକାରୀ ଡାକ୍ତରଖାନାର ଜଣେ ନର୍ସ ନିଜ ପିଲାକୁ ଜନ୍ମ ଦେବାକୁ ଯାଇ ରବିବାର ମୃତୁ୍ୟବରଣ କରିଛନ୍ତି । ଜ୍ୟୋତି ଗାଭିଲ(୩୮) ହିଙ୍ଗୋଲିର ଏକ ସରକାରୀ ଡାକ୍ତରଖାନାରେ ନର୍ସ ଥିଲେ । ସେ ଉଭୟ ନର୍ମାଲ ଏବଂ ସିଜରିଆନ ଡେଲିଭରି ସେକ୍ସନରେ କାମ କରୁଥିଲେ । ତାଙ୍କର ନମ୍ର ଓ ଉଦାର ବ୍ୟବହାର ପାଇଁ ସମସ୍ତେ ତାଙ୍କୁ ଭଲ ପାଉଥିଲେ ।
ସେ ଗର୍ଭବତୀ ଥିଲେ ଏବଂ ନିଜ ପିଲାକୁ ଜନ୍ମ ଦେବା ପାଇଁ ସେ ଚାକିରି କରୁଥିବା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସିଜରିଆନ ପଦ୍ଧତିରେ ପ୍ରସବର କିଛି ସମୟ ପର୍ଯ୍ୟନ୍ତ ଉଭୟ ମାଆ ପିଲା ସୁସ୍ଥ ଥିଲେ । ଅତ୍ୟଧିକ ରକ୍ତସ୍ରାବ ହେତୁ ହଠାତ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହେଲା । ତାଙ୍କୁ ନାନେ୍ଦଦ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତୁ୍ୟ ଘଟିଛି ।
Powered by Froala Editor