ରାଜଧାନୀରେ ଡେଙ୍ଗୁ ଚିନ୍ତା, ହୁ ହୁ ହୋଇ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା
ନୂଆଦିଲ୍ଲୀ: କରୋନା ମହାମାରୀ ପଞ୍ଝାରୁ ସମ୍ପୂର୍ଣ୍ଣ ଭାବେ ନମୁକୁଳିଥିବାବେଳେ ଚିନ୍ତା ବଢାଇଲାଣି ଡେଙ୍ଗୁ । ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ସେଠାରେ ୫୨୭୭ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି ।
ତେବେ ଗତ ସପ୍ତାହରେ ୨୫୬୯ ଜଣ ଡେଙ୍ଗୁ ରୋଗୀ ଏକାଥରେ ଚିହ୍ନଟ ହୋଇଥିବା ଯୋଗୁଁ, ଏହା ଚିନ୍ତାର କାରଣ ପାଲଟିଛି । ଏହା ସହିତ ଏବେସୁଦ୍ଧା ଡେଙ୍ଗୁରେ ଆକ୍ରାନ୍ତ ହୋଇ ୯ଜଣଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ହେଇଛିନ୍ତି (ଏଚ୍କୁ୍ୟ) ଆଣ୍ଟି ମ୍ୟାଲେରିଆ ଅପରେସନ୍ସ ଦକ୍ଷିଣ ଦିଲ୍ଲୀ ନଗର ନିଗମ ।
ସୂଚନା ଅନୁସାରେ, ୨୦୧୬ ମସହା ପରେ ବର୍ତ୍ତମାନ ରାଜଧାନୀରେ ସବୁଠାରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ରାଜଧାନୀ ଦିଲ୍ଲୀ କରୋନା ମହାମାରୀ ସହ ପ୍ରଦୂଷଣକୁ ନେଇ ନାନା ପ୍ରକାର ସମସ୍ୟାରେ ସମ୍ମୁଖୀନ ହେଉଥିବାବେଳେ, ଡେଙ୍ଗୁ ର ପ୍ରକୋପ ବଢୁଥିବାରୁ ଏହା ରାଜଧାନୀବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।
Powered by Froala Editor