ଆଜି ରାଜ୍ୟରେ ୨ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହା ସହିତ କରୋନା ମୃତୁ୍ୟ ସଂଖ୍ୟାରେ ମଧ୍ୟ ହ୍ରାସ ପରିଳକ୍ଷିତ ହେଉଛି । ଆଜି ରାଜ୍ୟରେ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୩୮୧କୁ ବୃଦ୍ଧି ପାଇଛି ।
ମୃତକଙ୍କ ମଧ୍ୟରେ କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ରହିଛିନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ଆଜି ରାଜ୍ୟରେ କରୋନାରୁ ୨୫୪ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୦ଲକ୍ଷ ୩୪ହଜାର ୭୫୯କୁ ବୃଦ୍ଧି ପାଇଛି । ଏହା ସହିତ ରାଜ୍ୟରେ ସକ୍ରିୟ ମାମଲା ୨୬୬୯ ରହିଛି ।
Powered by Froala Editor