ଦେଶରେ ୧୧,୨୭୧ ନୂଆ ସଂକ୍ରମିତ, ୨୮୫ ମୃତ
ନୂଆଦିଲ୍ଲୀ: ଦେଶରେ ସ୍ଥିର ରହିଛି ମହାମାରୀ । ଦୈନିକ ସଂକ୍ରମଣ ମାମଲା ୧୫ ହଜାର ତଳେ ଆସୁଛି । ଗତ ୨୪ ଘଣ୍ଟାରେ ଭାରତରେ ୧୧,୨୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହ୍ରାସ ସହ ଆଜି ମୃତ୍ୟୁସଂଖ୍ୟା ମଧ୍ୟ ଟିକେ କମିଛି । ଗୋଟିଏ ଦିନରେ ଦେଶରେ ୨୮୫ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ୧୧, ୩୭୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।
ବର୍ତ୍ତମାନ ସୁଦ୍ଧା ଦେଶରୁ ମୋଟ ୩,୪୪,୩୭,୩୦୭ ପଜିଟିଭି ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରେ ଏ ଯାବତ୍ ସମୁଦାୟ ୩,୩୮,୩୭,୮୫୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ଦେଶରେ ୧,୩୫,୯୧୮ ଟି ସକ୍ରିୟ ମାମଲା ରହିଛି । ଏହିକ୍ରମରେ ଆଜିସୁଦ୍ଧା ମୋଟ ୪,୬୩,୫୩୦ ଜଣ ମୁଣ୍ଡ ନେଇଛି କିଲର ଭାଇରସ ।ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭,୪୩,୮୪୦ ଟୀକାକରଣ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ମୋଟ ଟୀକାକରଣ ୧,୧୨,୦୧,୦୩,୨୨୫କୁ ବୃଦ୍ଧି ପାଇଛି ।
Powered by Froala Editor