ଦୁଇ ଓଡିଆ ହକି ଖେଳାଳୀଙ୍କୁ ମିଳିଲା ଅର୍ଜୁନ ପୁରସ୍କାର
ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓଡିଆ ପୁଅ ପ୍ରମୋଦ ଭଗତ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହା ସହିତ ଦୁଇ ଓଡିଆ ହକି ଖେଳାଳୀଙ୍କୁ ମିଳିଲା ଅର୍ଜୁନ ପୁରସ୍କାର । ରାଷ୍ଟ୍ରପତି ଭବନରେ ଅର୍ଜୁନ ଆୱାର୍ଡରେ ସମ୍ମାନିତ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଦୁଇ ହକି ଖେଳାଳୀଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିଛନ୍ତି । ପାରାଲିମ୍ପକ୍ସରେ ସ୍ଵର୍ଣ୍ଣ ପଦକ ବିଜେତା ପ୍ରମୋଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସମ୍ମାନଜନକ ଖେଳରତ୍ନ ଗ୍ରହଣ କଲେ । ଏଥିପାଇଁ ସାରା ଓଡିଶାରେ ଖୁସିର ଲହରି ଖେଳିଯାଇଛି । ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଜିତି ସାରା ଦେଶ ପାଇଁ ଗୌରବ ଆଣିଥିଲେ ଓଡିଆ ପୁଅ ପ୍ରମୋଦ ଭାଗତ।
ପ୍ରମୋଦଙ୍କ ସମେତେ ମୋଟ ୧୨ ଜଣ ଖେଳାଳୀ ଚଳିତ ବର୍ଷ ଖେଳରତ୍ନ ପାଇଛନ୍ତି। ନୀରଜ ଚୋପ୍ରା (ଆଥଲେଟିକ୍ସ), ରବି କୁମାର (ରେସଲିଂ), ଲୋଭଲିନା ବୋର୍ଗୋହେନ (ବକ୍ସିଂ) ,ଶ୍ରୀଜେଶ (ହକି), ପାରାଲିମ୍ପିଆନ୍ ଅବନୀ ଲେଖରା, ସୁମିତ ଆଣ୍ଟିଲ, କୃଷ୍ଣ ନାଗର, ମନୀଷ ନରୱାଲ, କ୍ରିକେଟର ମିତାଲି ରାଜ, ଫୁଟବଲର୍ ସୁନୀଲ ଛେତ୍ରୀ ଏବଂ ହକି ଖେଳାଳି ମନପ୍ରୀତ ସିଂଙ୍କୁ ଖେଳରତ୍ନ ପୁରସ୍କାର ମିଳିଛି।
Powered by Froala Editor