ସାପ ବିଷ ସ୍ମଗଲିଂର କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର: ସାପ ବିଷ ସ୍ମଗଲିଂର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି । ସ୍ମଗଲିଂର ମାଷ୍ଟରମାଇଣ୍ଡ ସମେତ ଘଟଣାର ଖିଅ ଖୋଜିବ କ୍ରାଇମବ୍ରାଞ୍ଚ । କିଛି ଦିନ ତଳେ ରାଜଧାନୀରୁ ସାପ ବିଷ ସ୍ମଗଲିଂର ପର୍ଦ୍ଧାଫାସ ହୋଇଥିଲା । ଏନେଇ ବନ ବିଭାଗର ପକ୍ଷରୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା ।
ପ୍ରକାଶ ଯେ, ଗତ ମାର୍ଚ୍ଚ ୨୭ ତାରିଖରେ ରାଜଧାନୀରେ ସାପ ବିଷ ସ୍ମଗଲିଂ ରାକେଟ ଠାବ ହୋଇଥିଲା। ଦିନ ଦ୍ବିପହରରେ ଚାଲିଥିଲା ଏକ ବଡ଼ ଡିଲ୍। ଜଣେ କି ଦୁଇ ଜଣ ନୁହେଁ ଏକାସାଙ୍ଗରେ ତିନି ଜଣ ସ୍ମଗଲରଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବନ ବିଭାଗ। । ଖଣ୍ଡଗିରି ପାତ୍ରପଡ଼ାରେ ଚାଲିଥିଲା ଏହି ଡିଲ୍। ଖବର ପାଇ ୩ ଜଣଙ୍କୁ ଧରିଥିଲା ବନ ବିଭାଗ। ଏମାନଙ୍କ ଘର ବଲାଙ୍ଗିର ବୋଲି ଜଣାପଡ଼ିଥିଲା। ଏହି ସ୍ମଗଲରଙ୍କଠାରୁ ସାପ ବିଷ ଜବତ କରାଯାଇଥିଲା।
Powered by Froala Editor