ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ଏମିତି କହିଲେ ଡି.ପୁରନ୍ଦେଶ୍ୱରୀ
ଭୁବନେଶ୍ୱର: ମମିତା ମେହେର ମୃତୁ୍ୟ ମାମଲାକୁ ମାସେ ପୂରିଥିଲେ ମଧ୍ୟ ଏଯାଏ ଚୁପ୍ ବସିଛନ୍ତି ରାଜ୍ୟ ମୁଖିଆ । ମମିତା ପରିବାରକୁ ନ୍ୟାୟ ଦେବା ସହ ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ପାଇଁ ବିରୋଧୀ ଦାବି କରୁଥିଲେ ମଧ୍ୟ ଏଯାଏ ସରକାର ପାଟି ଖୋଲୁନାହାଁନ୍ତି ।
ତେବେ ଆଜି ବରଗଡରେ ବିଜେପି ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ ଏ ଘଟଣାରେ ରାଜ୍ୟ ସରକାରଙ୍କୁ ଭସôର୍ନା କରିଛନ୍ତି । ସେ କହିଛନ୍ତି ଯେ, ସ୍ଥାନୀୟ ସରକାର ଭ୍ରଷ୍ଟାଚାରୀ ଓ ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ପରି ଘଟଣା ମନରୁ ନଯାଉଣୁ ମମିତା ଭଳି ଘଟଣା ସାମ୍ନାକୁ ଆସୁଛି । ମମିତାକୁ ଯେଉଁଭଳି ଭାବେ ମାରିଦିଆଗଲା, ତାହାକୁ ଏ ସଭ୍ୟ ସମାଜ ଗ୍ରହଣ କରିବ ନାହିଁ । ଏହା ସହିତ ସେ ମୁଖ୍ୟମନ୍ତ୍ରୀଙ୍କୁ ଇଙ୍ଗିତ କରି ଆହୁରି ମଧ୍ୟ କହିଛନ୍ତିକି, ଯଦି ହତ୍ୟାକାରୀ ନେତା ମାନଙ୍କୁ ଅପଣ ପାଖରେ ବସାଉଛନ୍ତି, ତେବେ ଏହା ପ୍ରମାଣ ହେଉଛି ଯେ ଆପଣ ଭ୍ରଷ୍ଟାଚାରକୁ ପ୍ରଶୟ ଦେଉଛନ୍ତି ।
ଏହାଛଡା ସେ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବିହଷ୍କାର ଓ ତାଙ୍କପ୍ରତି କାର୍ଯ୍ୟାନୁଷ୍ଠାନ ଆମେ ଦାବି କରୁଛୁ ବୋଲି କହିଛନ୍ତି ।
Powered by Froala Editor