DRDO ତଥ୍ୟ ଲିକ ମାମଲା, ଜବାବ ତଲବ କଲେ ହାଇକୋର୍ଟ
କଟକ: DRDO ତଥ୍ୟ ଲିକ ମାମଲାରେ ଜବାବ ତଲବ କଲେ ହାଇକୋର୍ଟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ସତ୍ୟପାଠ ମାଧ୍ୟମରେ ଘଟଣାର ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ସୂଚନା ଅନୁଯାୟୀ, DRDOରୁ ତଥ୍ୟ ଲିଙ୍କ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାର ତଦନ୍ତ ସମ୍ଭବପର ନୁହେଁ ବୋଲି ପିଟିସନରେ ଉଲ୍ଲେଖ କରାଯାଇଥିଲା । CBI, NIA ବା SITତଦନ୍ତ ପାଇଁ କୋର୍ଟରେ ମାମଲା ଦାୟର କରାଯାଇଥିଲା ।କଟକର ଆଇନଜୀବୀ ଅରୁଣ ବୁଦ୍ଧିଆ କୋର୍ଟରେ ମାମଲା ରୁଜୁ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ CBI ଓ NIA କୁ ମିଶାଇ ୭ ପକ୍ଷଭୁକ୍ତ କରାଯାଇଥିଲା । ମଙ୍ଗଳବାର ହାଇକୋର୍ଟରେ ଏନେଇ ଶୁଣାଣି କରାଯାଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ ମଗାଯାଇଛି ।
Powered by Froala Editor