ଶ୍ରୀମନ୍ଦିର ଆଖପାଖରେ ୧୪୪ ଧାରା, କାଉଁରିଆ କାଠି ଜାଳିବା ଉପରେ କଟକଣା

ପୁରୀ: ଆଜି ଦୀପାବଳି। ତେବେ ଭିଡ଼ ଆଶଙ୍କାରେ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। କେବଳ ଦର୍ଶନ ବନ୍ଦ ହୋଇନାହିଁ, ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।
ପ୍ରତିବର୍ଷ ଦୀପାବଳି ଅବସରରେ ଥିବାରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଆଖପାଖରେ ଏକତ୍ରିତ ହୋଇ କାଉଁରିଆ ଜାଳିବା ପରମ୍ପରା ବର୍ଷ ବର୍ଷ ଧରି ପାଳିତ ହୋଇ ଆସୁଛି । ତେବେ ଚଳିତ ବର୍ଷ ସିଂହଦ୍ୱାର ତଥା ମନ୍ଦିର ଚତୁଃପାର୍ଶ୍ୱରେ ଯେପରି ଲୋକଙ୍କ ସମାଗମ ନହେବ, ସେଥିପାଇଁ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ଆଜି ଭୋର ୪ଟାରୁ ଏହି କଟକଣା ଲାଗୁ ହୋଇଥିବା ବେଳେ ମଧ୍ୟରାତ୍ର ପର୍ୟ୍ୟନ୍ତ ସିଂହଦ୍ୱାର ଓ ମନ୍ଦିର ଚାରିପାଖରେ ଏହା ବଳବତ୍ତର ରହିବ। ଫଳରେ ଲୋକେ ଏକତ୍ରିତ ହୋଇପାରିବେନି କି କାଉଁରିଆ ଜାଳି ପାରିବେନି।
କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନ ସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ହେବା ତଥା କୋଭିଡ କଟକଣା ଉଲ୍ଲଘଂନ ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
Powered by Froala Editor