ପ୍ରକ୍ରିୟା ଆରମ୍ଭ, ଫେରିଯିବ ମୌସୁମୀ
ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଇଏମଡିର ରିପୋର୍ଟ ଅନୁଯାୟୀ, ପୂର୍ବ ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀ(ଏନସିଆର)ରୁ ଚଳିତ ବର୍ଷ ମୌସୁମୀ ଫେରିଯିବ ବୋଲି ଅନୁମାନ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ ବିଳମ୍ବରେ ଆସିଥିଲା, କିନ୍ତୁ ବର୍ତ୍ତମାନ ଏହା ନିର୍ଦ୍ଧାରିତ ସମୟଠାରୁ ଦୁଇ ଦିନ ପୂର୍ବରୁ ଫେରିବା ଆରମ୍ଭ କରିଛି। ପଶ୍ଚିମ ରାଜସ୍ଥାନରୁ ସେପ୍ଟେମ୍ବର ୧୭ରୁ ମୌସୁମୀ ଫେରିଯାଇଛି। ଅନ୍ୟପଟେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରୁ ସେପ୍ଟେମ୍ବର ୨୦-୩୦ ମଧ୍ୟରେ ମୌସୁମୀ ଲେଉଟି ଯିବ ବୋଲି IMD ଅନୁମାନ ଲଗାଇଛି।
ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ଆସାମ, ମେଘାଳୟ ଓ ଦକ୍ଷିଣ ଭାରତରୁ ଅକ୍ଟୋବର ୧୦ରୁ ୧୫ ମଧ୍ୟରେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ବିଦାୟ ନେବ ବୋଲି ଜାତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଗୁଜରାଟରୁ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୫ ମଧ୍ୟରେ ମୌସୁମୀ ଫେରିଯିବ। ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ରରୁ ଅକ୍ଟୋବର ୫-୧୦ ମଧ୍ୟରେ ମୌସୁମୀ ବାୟୁ ଫେରିଯିବାର ଆକଳନ କରିଛି ପାଣିପାଗ ବିଭାଗ।
Powered by Froala Editor