ବିଜୁଳି ବିଲ୍ ଭରିବାକୁ ଭିକ ମାଗୁଛି ରୋବଟ
ରାସ୍ତା କଡ଼ରେ ବସି ଭିକ ମାଗୁଛି ରୋବଟ । ଟଙ୍କା ପାଇଲା ପରେ ରୋବଟ ଖୁସିରେ ମୁଣ୍ଡିଆ ବି ମାରୁଛି। ଚୀନର ସଡ଼କରେ ଏକ ରୋବଟ୍ ଭିକ ମାଗୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ରୋବଟଟି ଆଣ୍ଠେଇ ହାତଯୋଡ଼ି ଲୋକଙ୍କୁ ଟଙ୍କା ମାଗୁଛି। ରୋବଟ ଆଗରେ ଏକ ପାତ୍ର ଏବଂ କ୍ୟୁଆର କୋଡ୍ ଥିବା ସ୍କାନର ରଖାଯାଇଛି । ସବୁଠୁ ରୋଚକ କଥା ହେଲା, ରୋବଟଟି ଭିକ ମାଗିବା ବେଳେ କହୁଛି ଯେ, ରିଚାର୍ଜ କରିବାକୁ ମୋ ପାଖରେ ଟଙ୍କା ନାହିଁ... ଦୟାକରି ବିଜୁଳି ବିଲ୍ ଭରିବାକୁ ମୋତେ ସାହାଯ୍ୟ କରନ୍ତୁ । ଏହା ଶୁଣି କିଛି ଲୋକ ତାକୁ ଦୟା ଦେଖାଇ ଭିକ ବି ଦେଉଛନ୍ତି ।
ଏହି ରୋବଟଟି ଚୀନର ରୋବୋଟିକ୍ସ କମ୍ପାନୀ ୟୁନିଟ୍ରିର । ନିକଟରେ ଏହି କମ୍ପାନୀର ରୋବଟ ଇକ୍ଵାଡୋରର ଚିମ୍ଵୋରାଜୋ ଆଗ୍ନେୟଗିରି ଚଢିବାକୁ ନେଇ ଚର୍ଚ୍ଚାରେ ଥିଲା । ଏବେ ଆଉ ଏକ ରୋବଟର ଏଭଳି ଅଜବ କାରନାମା ଯୋଗୁଁ କମ୍ପାନୀ ଚର୍ଚ୍ଚାକୁ ଆସିଛି । ଭିଡିଓଟି @theOGalv ନାମକ ଏକ୍ସ ଆକାଉଣ୍ଟରେ ସେୟାର କରାଯାଇଛି ।
ରୋବଟଟି ଟଙ୍କା ପାଇଁ ଲୋକଙ୍କୁ ହାତଯୋଡ଼ି ନେହୁରା ହେଉଛି । ନଗଦ ନଥିଲେ ସ୍କାନର ବଢେଇ ଦେଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଲୋକମାନେ ବି ତାକୁ ଦୟା ଦେଖାଇ ଭିକ ଦେଉଛନ୍ତି । ରୋବଟ ବିକ ମାଗିବା ପଛରେ କମ୍ପାନୀର ମାର୍କେଟିଂ ପଲିସି କୁହାଯାଉଛି ।
Powered by Froala Editor