ଆଜି ଦେଶରେ ୧୨ହଜାର ୫୧୪ କରୋନା ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୨ହଜାର ୫୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୨ଲକ୍ଷ ୮୫ହଜାର ୮୧୪କୁ ବୃଦ୍ଧି ପାଇଛି । ଆଜି ଦେଶରେ ୨୫୧ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪ଲକ୍ଷ ୫୮ହଜାର ୪୩୭କୁ ବୃଦ୍ଧି ପାଇଛି ।
ଏହା ସହିତ ଦେଣରେ କରୋନା ଜନିତ ସକ୍ରିୟ ମାମଲା ୧ଲକ୍ଷ ୫୮ହଜାର ୮୧୭ ରହିଥିବାବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୩କୋଟି ୩୬ଲକ୍ଷ ୭୮ହଜାର ୫୬୦ ।
Powered by Froala Editor