ନଭେମ୍ବର ଗାଇଡଲାଇନ ବିଷୟରେ ଜାଣନ୍ତୁ
ଭୁବନେଶ୍ୱର: ନଭେମ୍ବର ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଆଜିଠୁ ରାଜ୍ୟରେ ଲାଗୁ ହେବ ନଭେମ୍ବର ଗାଇଡଲାଇନ । ତେବେ ପୂର୍ବମାସ ଭଳି ନଭେମ୍ବର ମାସ ଗାଇଡଲାଇନରେ ମଧ୍ୟ ବିଶେଷ ପରିବର୍ତ୍ତନ ହୋଇନାହିଁ । ପୌରାଞ୍ଚଳରେ ବଳବତ୍ତର ରହିବ ନାଇଟ କର୍ଫୁ୍ୟ ।
ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫୁ୍ୟ ବଳବତ୍ତର ରହିବ । ସେହିପରି ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବ ନାହିଁ । ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ ଓ ଆଗକୁ ଦିପାବଳୀ କାଳି ପୂଜାକୁ ଲକ୍ଷ୍ୟ କରି କଟକଣା ଜାରି କରାଯିବ । କଟକଣା ମାନି ପର୍ବପର୍ବାଣୀ ପାଳନ କରିବାକୁ ଗାଇଡଲାଇନରେ ନିଦେ୍ର୍ଧଶ ଦିଆଯାଇଛି । ବାଣ ବିକ୍ରି ଓ ଫୁଟାଇବା ଉପରେ ସ୍ୱତନ୍ତ୍ର ନିୟମାବଳୀ ଆସିବ ବୋଲି କୁହାଯାଇଛି । ଏହି ଗାଇଡଲାଇନ୍ ଡିସେମ୍ବର ୩୧ ଯାଏ ରହିବ ।
Powered by Froala Editor