ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିର କାରଣ ହୋଇଛି। ଗତ ୨ ବର୍ଷ ମଧ୍ୟରେ ପେଟ୍ରୋଲ, ଡିଜେଲ ଦରରେ ୩୦ ପ୍ରତିଶତ ବୃଦ୍ଧି ଆସିଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ଦର ୪୦ ପ୍ରତିଶତରୁ ୧୦୦ ପ୍ରତିଶତ ମହଙ୍ଗା ହୋଇଥିବା ବିଜେଡି ଅଭିଯୋଗ କରିଛି। ଦର ବୃଦ୍ଧି ପାଇଁ କେନ୍ଦ୍ରରେ ବିଜେପି ସରକାରଙ୍କୁ ଦାୟୀ କରି ଆନ୍ଦୋଳନ କରିଛି ବିଜୁ ଜନତା ଦଳ। ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି। ପାର୍ଟି ଅଫିସରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ରାଜଭବନ ଅଭିମୁଖେ ଆରମ୍ଭ କରିଛନ୍ତି।
ବିଶେଷ କରି ଆର୍ଥିକ ପରିଚାଳନାରେ ମୋଦୀ ସରକାର ଫେଲ ମାରଛି ବୋଲି ବିଜେଡି କହିଛି। ତେବେ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ରଣନୀତି ବାବଦରେ ଘୋଷଣା କରଥିଲା ବିଜେଡି। ଏହି କ୍ରମରେ ଆଜି ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସୂଚନା ମିଳିଛି।
ଭୁବନେଶ୍ୱର କେଶରୀ ହଲ ନିକଟରୁ ସାଇକେଲ ରାଲିରେ ବାହାରିଛନ୍ତି ବିଜେଡି ନେତା ଓ ଛାତ୍ର ଜନତା ଦଳର କର୍ମୀ। ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ପ୍ରତିବାଦ କରିବ ବିଜେଡି ମହିଳା ମୋର୍ଚ୍ଚା। ୫ରୁ ୭ ତାରିଖ ଯାଏଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଥିବା ପେଟ୍ରୋଲ ପମ୍ପରେ ମଧ୍ୟ ବିଜେଡି ଯୁବ ଓ ଛାତ୍ର ସଂଗଠନ ପ୍ରତିବାଦରେ ଆନେ୍ଦାଳନ କରିବ।
Powered by Froala Editor