Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ...

  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ...

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ...

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ...

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ ...

Home ›› ››ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ ଯୋଗାଣ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ ଯୋଗାଣ

2021-04-22 10:43:55
15053
Share:
Facebook
Twitter
E-Mail
WhatsApp
Telegram
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଉତ୍ପାଦନ କ୍ଷମତା ବୃଦ୍ଧି ସହିତ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ ଯୋଗାଣ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଜାମନଗର ରିଫାଇନାରିରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତନ ଆଣି ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅକ୍ସିଜେନ୍ (ଅମ୍ଳଜାନ) ଉତ୍ପାଦନ କରାଯିବା ସହ ତିନିଟି ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଂଚଳକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି ।


ବିଗତ ଦୁଇ ଦିନ ଧରି ଦୈନିକ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଡାମନ୍ ଆଣ୍ଡ୍ ଡିଉ ଓ ଦାଦ୍ରା ଆଣ୍ଡ୍ ନଗର ହାଭେଲି କେନ୍ଦ୍ର ଶାସିତ ଅଂଚଳକୁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଅନୁସାରେ ୭୦୦ ଟନ୍ ଅକ୍ସିଜେନ୍‌କୁ ସ୍ୱତନ୍ତ୍ର ଟ୍ୟାଙ୍କର୍ ଜରିଆରେ ବିନା ମୂଲ୍ୟରେ ପରିବହନ କରାଯାଉଛି । ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଅତିକମ୍‌ରେ ୭୦,୦୦୦ ଅତି ଗୁରୁତର କୋଭିଡ୍‌-୧୯ ରୋଗୀଙ୍କ ଦୈନିକ ଆବଶ୍ୟକତା ପୂରଣ କରିବାକୁ ଏହି ଅକ୍ସିଜେନ୍ ଯଥେଷ୍ଟ ।


ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସିଏସ୍‌ଆର୍ ଅଭିଯାନ ଅଂଶସ୍ୱରୂପ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ ବିଯୁକ୍ତ ୧୮୩ ଡିଗ୍ରି ସେଲ୍‌ସିଅସ୍‌ରେ ବିନା ମୂଲ୍ୟରେ ସ୍ୱତନ୍ତ୍ର ଟ୍ୟାଙ୍କର ଜରିଆରେ ଅକ୍ସିଜେନ୍ ପରିବହନ କରାଯାଉଛି । ପୂର୍ବରୁ ଜାମନଗର ରିଫାଇନାରିରେ ମେଡିକାଲ୍ ମାନର ଅକ୍ସିଜେନ୍ ଉତ୍ପାଦନ ହେଉନଥିଲା ଏବଂ ଶିଳ୍ପ ଗ୍ରେଡ୍‌ର ଅକ୍ସିଜେନ୍ ଅଶୋଧିତ ତୈଳରୁ ପେଟ୍ରୋଲ୍‌, ଡିଜେଲ୍ ଓ ଜେଟ୍ ଇନ୍ଧନ ଆଦି ପ୍ରସ୍ତୁତିରେ ବ୍ୟବହାର କରାଯାଉଥିଲା । ମାତ୍ର ଦେଶରେ କୋଭିଡ୍‌-୧୯ ମାମଲରେ ଘଟିଥିବା ବୃଦ୍ଧି ଯୋଗୁଁ ଅକ୍ସିଜେନ୍ ଚାହିଦା ବୃଦ୍ଧି ପାଇବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଶିଳ୍ପ ପାଇଁ ବ୍ୟବହାର ହେବାକୁ ଥିବା ଅକ୍ସିଜେନ୍‌କୁ ନେଇ ମେଡିକାଲ୍ ମାନର ଅକ୍ସିଜେନ୍ ଉତ୍ପାଦନ କରିବା ଲାଗି ଉପକରଣ ସ୍ଥାପନ କରାଯିବା ସହ ବ୍ୟବସ୍ଥା ବିକଶିତ କରାଯାଇଛି । ଅନ୍ୟ ରାଜ୍ୟଗୁଡ଼ିକରୁ ଚାହିଦା ଆସିଲେ କଂପାନି ସେମାନଙ୍କୁ ମଧ୍ୟ ମେଡିକାଲ୍ ମାନର ଅକ୍ସିଜେନ୍ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି । କମ୍ପାନୀ ଏହାର ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ଉତ୍ପାଦନ କ୍ଷମତାକୁ ଦୈନିକ ୧୦୦୦ ଟନ୍‌କୁ ବୃଦ୍ଧି କରିବାକୁ ଯୋଜନା ରଖିଥିବା ଜଣାପଡିଛି ।


ଦେଶରେ କୋଭିଡ୍ ମୁକାବିଲାରେ ସହଯୋଗର ହାତ ବଢାଇଥିବା ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଏହା ପୂର୍ବରୁ ଦେଶର ପ୍ରଥମ ୨୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍‌କୁ ବ୍ରିହାନମୁମ୍ବାଇ ମୁନିସପାଲ୍ କର୍ପୋରେସନ (ବିଏମ୍‌ସି) ସହଯୋଗରେ ମୁମ୍ବାଇ ଠାରେ ସ୍ଥାପନ କରାଯାଇଥିଲା । ଏହା ପରେ ମହାରାଷ୍ଟ୍ରର ଲୋଧିଭାଲି ଠାରେ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥ ଥିବା ଆଇସୋଲେସନ ୱାର୍ଡ ସ୍ଥାପନ କରାଯାଇଥିବା ବେଳେ ମୁମ୍ବାଇର ସ୍ପନ୍ଦନ ହୋଲିଷ୍ଟିକ୍ ମଦର ଆଣ୍ଡ୍ ଚାଇଲଡ୍ କେୟାର ହସ୍ପିଟାଲ୍‌ରେ କ୍ୱାରାଂଟାଇନ୍ ୱାର୍ଡର ବ୍ୟବସ୍ଥା କରାଯାଇଛି । କୋଭିଡ୍‌୧୯ ରୋଗୀଙ୍କ ପ୍ଲାଜମା ଥେରାପି ଲାଗି ଶ୍ରୀ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍‌କୁ ଆଇସିଏମ୍‌ଆର୍ ପକ୍ଷରୁ ଚିହ୍ନଟ କରାଯାଇଥିଲା ।


ସେହଭଳି ଭାରତର କୋଭିଡ୍ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଁ ରିଲାଏନ୍ସ ଲାଇଫ୍ ସାଇନ୍ସେସ୍ ପରୀକ୍ଷଣ କିଟ୍ ଉପଲବ୍ଧ କରାଉଥିବା ବେଳେ ଦେଶରେ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ୍ ଯୋଦ୍ଧାମାନଙ୍କ ପାଇଁ ରିଲାଏନ୍ସ ଦୈନିକ ଏକ ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ ଏବଂ ମାସ୍କ ଉତ୍ପାଦନ କରୁଛି । କମ୍ପାନୀ ପକ୍ଷରୁ ଓଡିଶା ସମେତ ଦେଶର ୨୧ ଟି ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଂଚଳରେ ମିଶନ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମରେ ୬୭ ଲକ୍ଷରୁ ଅଧିକ ମାସ୍କ ବଂଟନ କରାଯାଇଛି । ଗତବର୍ଷ ଲକ୍‌ଡାଉନ୍ ସମୟରେ ଜରୁରୀକାଳୀନ ସେବା ଅବ୍ୟାହତ ରଖିବା ପାଇଁ ଦେଶର ୧୮ ଟି ରାଜ୍ୟର ୨୪୯ ଜିଲ୍ଲାରେ ୧୪୦୦୦ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସକୁ ରିଲାଏନ୍ସ ପକ୍ଷରୁ ୫.୫ ଲକ୍ଷ ଲିଟର ମାଗଣା

ଇନ୍ଧନ ଯୋଗାଇ ଦିଆଯାଇଥିଲା । ଏଥିସହିତ ମିଶନ ଅନ୍ନସେବା ଜରିଆରେ ୫.୫ କୋଟି ଭୋଜନ ଦେଶର ୮୦ ଟି ଜିଲ୍ଲାରେ ପ୍ରଦାନ କରାଯାଇଥିଲା । ପିଏମ୍ କେୟାର ପାଣ୍ଠି ସମେତ ବିଭିନ୍ନ ରିଲିଫ୍ ପାଣ୍ଠିକୁ ରିଲାଏନ୍ସ ପକ୍ଷରୁ ୫୫୬ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । 

Powered by Froala Editor

Tags reliance industries , reliance jio

Related articles Odisha News Lens 4.1

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13493
    Jul 08, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15559
    Jul 08, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14471
    Jul 08, 2026
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା
    ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15249
    Jul 08, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ
    ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13655
    Jul 07, 2026
  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ
    ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13820
    Jul 07, 2026
  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା
    ଦେଶ-ଦେଶାନ୍ତର

    କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14452
    Jul 08, 2026
  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...

    15129
    Jul 07, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14585
    Jul 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15559
    Jul 08, 2026
  • ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13820
    Jul 07, 2026
  • ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14471
    Jul 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17636
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18035
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15234
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15568
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15374
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15239
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14663
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15838
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15708
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13814
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14926
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14452
    Jul 08, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13493
    Jul 08, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13655
    Jul 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In