ମୋଦିଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର କୋଭିଡ ସ୍ଥିତି ନେଇ ସେ ମୋଦିଙ୍କ ସହ କଥା ହୋଇଛନ୍ତି । ବର୍ତ୍ତମାନ କୋଭିଡ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି କହିଲେ ନବୀନ । ଜାତୀୟସ୍ତରରେ କୋଭିଡ ମୁକାବିଲା ପାଇଁ ଓଡିଶା ସହଯୋଗ କରିବ । ଅକ୍ସିଜେନ ଅଭାବ ପୂରଣ କ୍ଷେତ୍ରରେ ସହଯୋଗ କରିବ ଓଡିଶା ବୋଲି ନବୀନ କହିଛନ୍ତି ।
ସୂଚନାଯୋଗ୍ୟଯେ, ରାଜ୍ୟ ଏବଂ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି । ପରିସ୍ଥିତି ବିଗିଡିବାରେ ଲାଗିଛି । ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଅକ୍ସିଜେନର ମଧ୍ୟ ଅଭାବ ଦେଖାଦେଇଛି । ଅକ୍ସିଜେନ ଅଭାବରୁ ଅନେକ ରୋଗୀ ମୃତୁ୍ୟବରଣ କରୁଛନ୍ତି ।
Powered by Froala Editor