ଯୁବକଙ୍କୁ ଦଳିଦେଲା ଦନ୍ତା
ଅନୁଗୁଳ: ସକାଳୁ ଉଠି ବିଲକୁ ଯାଉଥିଲେ । ବାଟରେ ପଡ଼ିଗଲେ ଦନ୍ତା ହାବୁଡ଼ରେ । ମୁହାଁମୁହିଁ ହୋଇଗଲେ । ଆଉ ଏହାପରେ ଦନ୍ତା ଦଳିଦେଲା । ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ । ମୃତକ ହେଲେ ସୋମନାଥ ସାହୁ (୩୮) । ବନ ବିଭାଗ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ପ୍ରତିଦିନ ଅନୁଗୁଳ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ଜାରି ରହିଛି । ବନ ବିଭାଗ ଏନେଇ କୌଣସି ଠୋସ୍ ପଦକ୍ଷେପ ନେଉଛି । ପରିମାଣ ସ୍ୱରୁପ କେତେବେଳେ ହାତୀ ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର । ଏହାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି । ହେଲେ ଏ ପର୍ଯ୍ୟନ୍ତ ସରକାର କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ନାହାନ୍ତି । ଯାହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି ।
Powered by Froala Editor