ଡେଙ୍ଗୁରେ ଆକ୍ରାନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରୁଛି ବୋଲି ଏଆଇଏମ୍ଏସ୍ ଅଧିକାରୀ କହିଛନ୍ତି। ହୃଦ୍ରୋଗ ବିଶେଷଜ୍ଞ ନୀତୀଶ ନାୟକଙ୍କ ନିର୍ଦ୍ଦେଶରେ ଏକ ଡାକ୍ତରୀ ଟିମ୍ ତାଙ୍କ ନିରୀକ୍ଷଣ କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ମଧ୍ୟ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି। ଅଧିକାରୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ "ପ୍ଲେଟଲେଟ୍ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ବିପଦ ବାହାରେ ଅଛନ୍ତି"।
ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଝିଅ ଦାମନ ସିଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ଫଟୋଗ୍ରାଫରଙ୍କୁ ବାପାଙ୍କ କୋଠରୀକୁ ମୋ ମା’ଙ୍କ ଇଚ୍ଛା ବିରୁଦ୍ଧରେ ନେଇଛନ୍ତି। ସେ କହିଛନ୍ତି, ‘ମା, ଫଟୋଗ୍ରାଫରଙ୍କୁ ଅନେକ ଥର କୋଠରୀରୁ ବାହାରକୁ ଯିବାକୁ କହିଥିଲେ, କିନ୍ତୁ ତାଙ୍କୁ ଅଣଦେଖା କରାଯାଇଥିଲା’। ଦାମନ ସିଂ କହିଛନ୍ତି ଯେ,’ଫଟୋଗ୍ରାଫରଙ୍କୁ ମନା କରିବା ପରେ ବି ସେ ଫଟୋ ଉଠାଇଥିଲେ | ମୋର ପିତାମାତା ଏକ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ସେ ଜଣେ ବୃଦ୍ଧ ବ୍ୟକ୍ତି, କୌଣସି ଚିଡ଼ିଆଖାନାର ଜନ୍ତୁ ନୁହଁନ୍ତି’ । ଦମନ ସିଂଙ୍କ ଅଭିଯୋଗ ପରେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛି ।
Powered by Froala Editor